ରିଲିଜ ହେଲା ‘ହାରାମି’ର ଫାଷ୍ଟ ଲୁକ୍‌, ଦେଖିବାକୁ ମିଳିଲା ଇମ୍ରାନଙ୍କ ଭିନ୍ନ ଅନ୍ଦାଜ

ବଲିଉଡ୍‌ ଅଭିନେତା ଇମରାନ ହାସ୍‌ମୀଙ୍କର ଅପ୍‌କମିଙ୍ଗ୍‌ ଫିଲ୍ମ ‘ହାରାମି’ର ଫାଷ୍ଟ ଲୁକ୍‌ ଜାରି ହୋଇଛି। ନିଜେ ଇମରାନ ତାକୁ ସୋସିଆଲ ମିଡିଆ ଏକାଉଣ୍ଟରେ ସେୟାର କରିଛନ୍ତି । ଇମ୍ରାନଙ୍କ ଅବତାରକୁ ଦେଖି ତାଙ୍କ ଫ୍ୟାନ ବହୁତ ପ୍ରଶଂସା କରିଛନ୍ତି।
ସେଥିରେ ତାଙ୍କୁ ସଂପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି । ତାଙ୍କର କେଶ, ଦାଢ଼ି ବଢ଼ିଯାଇଥିବାବେଳେ ସେ ଆଖିରେ ମୋଟା ଚଷମା ଲଗାଇଛନ୍ତି । ବେକରେ ସୁନା ଚେନ୍‌ ପକାଇଛନ୍ତି । କ୍ୟାପ୍‌ସନରେ ଲେଖିଛନ୍ତି, ‘ହାରାମି’ର ଫାଷ୍ଟଲୁକ୍‌ । ଆପଣମାନଙ୍କୁ ପସନ୍ଦ ଆସିବ ବୋଲି ଆଶା କରୁଛି ।’

 

View this post on Instagram

 

#Harami first look

A post shared by Emraan Hashmi (@therealemraan) on

‘ହାରାମି’ ଦକ୍ଷିଣ କୋରିଆର ୨୫ ତମ ବୁସାନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୦ରେ ଏହାର ଓ୍ଵାଲଡ ପ୍ରିମିୟର ହେବ। ଏଠାରେ ୨୧ ଅକ୍ଟୋବରରୁ ୩୦ ଅକ୍ଟୋବର ମଧ୍ୟରେ ହେବ। ଶ୍ୟାମ ମଦିରାଜୁ ଏହି ଫିଲ୍ମର କାହାଣୀ ରଚନା କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି । ଏହାର କାହାଣୀ ଅପରାଧ, ପ୍ରେମ ଉପରେ ପର୍ଯ୍ୟବସିତ । ବୁସାନ୍‌ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ ୨୦୨୦ର ମୁଖ୍ୟ ପ୍ରତିଯୋଗିତା ପର୍ଯ୍ୟାୟକୁ ମଧ୍ୟ ଏହା ମନୋନୀତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.