କୁମ୍ଭୀରର ଭୟଙ୍କର ପାଟି ଭିତରୁ ନିଜକୁ ସୁରକ୍ଷିତ ଭାବେ ବଞ୍ଚାଇ ଚାଲିଗଲା କଇଁଛ, ଦେଖନ୍ତୁ ଭିଡିଓ

ଜଳସ୍ତରର ସବୁଠାରୁ ଭୟଙ୍କର ଜୀବ ମଧ୍ୟରୁ କୁମ୍ଭୀର ହେଉଛି ଅନ୍ୟତମ । କୁମ୍ଭୀରର ଭୟଙ୍କର ପାଟି ଓ ମୁନିଆ ଦାନ୍ତ ଦେଖିଲା ମାତ୍ରେ ଲୋକ ଭୟରେ ଥରି ଉଠନ୍ତି । କେବେ ଭାବିଛନ୍ତି କି କୁମ୍ଭୀରର ଏହି ମଜବୁତ ପାଟିକୁ ଏକ ସାମାନ୍ୟ କଇଁଛଟି ବାଦ ଦେଇପାରେ । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ଏକ କଇଁଛ ତାର ଶରୀରରେ ଲାଗିଥିବା କବଚ ସାହାଯ୍ୟରେ ଏକ ଭୟଙ୍କର କଇଁଛର ପାଟିରୁ ମୁକୁଳି ବାହରି ଆସୁଛି । ଏହି ଭିଡିଓକୁ ଦେଖିଲେ ଆପଣ ବି ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଭିଡିଓର ଆରମ୍ଭରେ ଆପଣ ଏକ କଇଁଛ କୁମ୍ଭୀରର ପାଟି ଭିତରେ ଫସି ଥିବାର ଦେଖିବାକୁ ପାଇବେ । କୁମ୍ଭୀରଟି କଇଁଛକୁ ନିଜ ଶିକାର କରି ତାକୁ ଆହାର କରିବ ବୋଲି ପ୍ରସ୍ତୁତ ରହିଛି। ଏହା ପରେ ଯାହା ହେଲା ତାକୁ ବିଶ୍ୱାସ କରିବା ଅସମ୍ଭବ ହୋଇ ପଡୁଛି । କୁମ୍ଭୀରଟି କଇଁଛର ପିଠି ଉପରେ ଥିବା କବଚକୁ ଭାଙ୍ଗିବାକୁ ପ୍ରଚୁର ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ସେ ବିଫଳ ହୋଇଛି । ଏହି ସମୟରେ ଚାଲାକ କଇଁଛ ନିଜର ସେହି କବଚ ସାହାଯ୍ୟରେ ଭୟଙ୍କର କୁମ୍ଭୀରର ମଜବୁତ ପାଟି ସହିତ ସଂର୍ଘଷ କରି କଳେ ବଳେ କୌଶଳେ ସେଠାରୁ ମୁକୁଳି ଆସିଛି । କୁମ୍ଭୀର ପାଟିରୁ ମୁକୁଳିଲା ପରେ ସେ ସୁରକ୍ଷିତ ଭାବରେ ସେଠାରୁ ଚାଲି ଯାଉଛି ଓ କୁମ୍ଭୀରଟି ଆଗକୁ କିଛି କରି ପାରୁନାହିଁ ।


ଏହି ଆଶ୍ଚର୍ଯ୍ୟଜନକ ଭିଡିଓକୁ ଆଇଆରଏସ Naveed Trumboo ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେୟାର କରିବା ସହିତ ସେ କ୍ୟାପସନରେ ଲେଖିଛନ୍ତି ଯେ ଯଦି ନିଜକୁ ଏହି ସଂସାର ଠାରୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି ତେବେ ଏହି କଇଁଛ ଭଳି ହେବାକୁ ପଡିବ । ମଜବୁତ ଚିନ୍ତାଧାରା ଓ ଶରୀର ରଖିଲେ ଆପଣଙ୍କୁ କେହି ଭାଙ୍ଗି ପାରିବେ ନାହିଁ । ଯାହାବି କୁହନ୍ତୁ ଏହି ଭିଡିଓ ମଣିଷକୁ ଏକ ଭଲ ଶିକ୍ଷା ଦେଇଛି ଯେ କିଭଳି ଏକ ଛୋଟ ଜୀବ ମଧ୍ୟ ପରିସ୍ଥିତି ଓ ସମୟ ଆସିଲେ କଠିନରୁ ବି କଠିନ ପରିସ୍ଥିତିର ସାମନା କରିବାରେ ସଫଳତା ହାସଲ କରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.