Below header

ପ୍ରେଗନାଣ୍ଟ କରିନା କପୁରଙ୍କର ଖାସ ଯତ୍ନ ନେଉଛନ୍ତି ତାଙ୍କ ପରିବାର, ମୁଣ୍ଡରେ ମା’ ତେଲ ମାଲିସ କରୁଥିବାର ଭିଡ଼ିଓ କଲେ ସେୟାର

କରିନା କପୁର ଏବେ ନିଜ ପ୍ରେଗନାନ୍ସି ପିରିୟଡକୁ ବହୁତ ଉପଭୋଗ କରୁଛନ୍ତି। ନିକଟରେ ସେ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ମା’ ତାଙ୍କ ମୁଣ୍ଡରେ ତେଲ ମାଲିସ କରୁଥିବାର ଦେଖିବାକୁ ମିଳିଛି। ଫଟୋ ସେୟାର କରି କରିନା କ୍ୟାପସନ ଲେଖିଛନ୍ତି, ‘ମା’ଙ୍କ ହାତର ମାଲିସ’।

ଏଥିରେ କରିନା କଫତାନ ପିନ୍ଧିଥିବା ବେଳେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ତାଙ୍କ ଚେହେରାରେ ପ୍ରେଗନାନ୍ସି ଗ୍ଲୋ ମଧ୍ୟ ନଜର ଆସୁଛି। ମା’ ବବିତା ପିଙ୍କ ରଙ୍ଗର ଶାର୍ଟ ପିନ୍ଧିଛନ୍ତି।

କହି ରଖୁଛୁ, କରିନା ନିକଟରେ କହିଥିଲେ ଯେ ଯେତେବେଳେ ସେ ସ୍ୱାମୀ ସୈଫ ଅଲ୍ଲୀ ଖାନଙ୍କୁ ନିଜ ଦ୍ଵିତୀୟ ପ୍ରେଗନାନ୍ସି ବିଷୟରେ ଜଣାଇଥିଲେ, ତାଙ୍କ ରିଆକ୍ସନ ପୂରା ନର୍ମାଲ ଥିଲା। ତାଙ୍କ ପରିବାରଠାରୁ ମଧ୍ୟ ବିଲକୁଲ ବି ଫିଲ୍ମି ରିଆକ୍ସନ ମିଳି ନ ଥିଲା।

 

View this post on Instagram

 

Maa ke haath ka… maalish 💯💯❤️❤️

A post shared by Kareena Kapoor Khan (@kareenakapoorkhan) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.