ସୈଫ ଏବଂ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ ସୁଟିଂ ସେଟରେ ଲାଗିଲା ଭୀଷଣ ନିଆଁ, ସବୁ ଜଳିପୋଡି ଛାରଖାର

୨୦୨୧ ମସିହାର ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ ସୁଟିଂ ସେଟରେ ନିଆଁ ଲାଗିଛି। ନିଆଁ ଲାଗିବା ପରେ ସେଟରେ ଥିବା ସମସ୍ତ ସଦସ୍ଯ ଭୟରେ ଚାରିଆଡେ ଦୌଡି ପଳାଇଥିଲେ। ଫିଲ୍ମ ସୁଟିଂର ଆଜି ପ୍ରଥମ ଦିନ ରହିଥିବା ବେଳେ ନିଆଁରେ ସବୁ ଜଳିପୋଡି ଛାରଖାର ହୋଇଯାଇଛି। ଖବର ମୁତାବକ, ନିଆଁ ଲାଗିବା ପରେ ଫିଲ୍ମର ନିର୍ଦ୍ଦେଶକ ଓମ ରାଉତ ନିଆଁକୁ ଆୟତ୍ତକରିବା ପାଇଁ ସମସ୍ତ ସରଞ୍ଜାମ ରଖିଥିବାରୁ ସେଟରୁ ସମସ୍ତେ ସୁରକ୍ଷିତ ରହିଛନ୍ତି।

ସୂଚନାଯୋଗ୍ଯ, ଫିଲ୍ମ ‘ଆଦିପୁରୁଷ୩ ଏବ ବଡ ବଜେଡ ଫିଲ୍ମ। ଫିଲ୍ମର କାହାଣୀ ହିନ୍ଦୁ ଧର୍ମ ଗ୍ରନ୍ଥ ‘ରାମାୟଣ’ ଉପରେ ଆଧାରିତ। ଫିଲ୍ମରେ ସୈଫ ଅଲ୍ଲୀ ଖାନ ରାବଣ ଭୂମିକାରେ ନଜର ଆସୁଛନ୍ତି। ଏହାକୁ ଟି ସିରିଜ ଓ ଭୂଷଣ କୁମାର ପ୍ରଯୋଜନା କରୁଛନ୍ତି। ଫିଲ୍ମର ବଜେଟ ପାଖାପାଖି ୪୦୦ କୋଟି ରହିଛି। ଫିଲ୍ମଟି ୫ଟି ଭାଷାରେ ରିଲିଜ ହେବ। ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟଲମ ଭାଷାରେ ରିଲିଜ ହେବ। ଫିଲ୍ମଟି ଆସନ୍ତା ଅଗଷ୍ଟ ୧୧ ୨୦୨୨କୁ ରିଲିଜ ହେବାର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.