ସଲମାନଙ୍କୁ ଖରାପ ଅଭିନେତା କହିବା ପରେ ’ରେସ ୩’ କୁ ଦୁନିଆର ଖରାପ ଫିଲ୍ମ କହିଲା ଗୁଗୁଲ

race threeବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ’ରେସ ୩’ ସବୁ ସିନେମା ହଲରେ ପଡି ସାରିଛି। ଫିଲ୍ମଟି ବହୁତ ବଡ ଷ୍ଟାର କାଷ୍ଟ ଏବଂ ମହଙ୍ଗା ବଜେଟ ହୋଇଥିବା ସତ୍ତ୍ବେ ଦର୍ଶକଙ୍କ ହୃଦୟକୁ ଛୁଇଁବାରେ ଅସଫଳ ହୋଇଛି। ବର୍ତ୍ତମାନ ଫିଲ୍ମକୁ ଆଉ ଏକ ଝଟକା ଲାଗିଛି। ଯାହାକୁ ଶୁଣି ସଲମାନଙ୍କ ଫ୍ୟାନ୍ସ ମାନେ ଆଶ୍ଚର୍ୟ୍ୟ ଏବଂ ନିରାଶ ହୋଇପାରନ୍ତି।
ସିନେମାକୁ ନେଇ ସମସ୍ତ ରେକର୍ଡ ତିଆରି କରୁଥିବା ୱେବସାଇଟ ଆଇଏମଡିବି ଫିଲ୍ମକୁ ନେଇକି ନିଜର ରେଟିଙ୍ଗ ଲିଷ୍ଟ ଜାରି କରିଛି। ଏହି ରେଟିଙ୍ଗ ଲିଷ୍ଟରେ ’ରେସ ୩’କୁ ବଡ ଝଟକା ଲାଗିଛି।
race 3ଏହି ୱେବସାଇଟ ’ରେସ ୩’କୁ ଭାରତରେ ୧୦୦ଟି ବେକାର ଏବଂ କମ ରେଟିଙ୍ଗ ବାଲା ଫିଲ୍ମରେ ସାମିଲ କରିଛି। ଫିଲ୍ମ ସମୀକ୍ଷାକୁ ପଢ଼ି ଏବଂ ସୋସିଆଲ ମିଡିଆରେ ୟୁଜର୍ସଙ୍କ ପ୍ରତିକ୍ରିୟା ଅନୁସାରେ ଏହି ଫିଲ୍ମର ରେଟିଙ୍ଗର ନିଷ୍ପତି ନିଆଯାଇଛି।
ଭାରତରେ ଖରାପ ରେଟିଙ୍ଗ ବାଲା ଫିଲ୍ମ ଲିଷ୍ଟରେ ଦ୍ରୋଣା,ହିମ୍ମତୱାଲା,କ୍ୟା କୁଲ ହେ ହମ,ହମସକଲ ଏବଂ ତିସ ମାର ଖାଁ ଭଳି ଫିଲ୍ମ ମଧ୍ୟ ସାମିଲ ଅଛି। ଏହି ଲିଷ୍ଟରେ ରେସ ୩କୁ ସାମିଲ ହେବାରେ ସଲମାନଙ୍କ ଫ୍ୟାନ୍ସ ମାନେ ମଧ୍ୟ ଆଶ୍ଚର୍ୟ୍ୟ ହୋଇଛନ୍ତି। ଜଣା ଯାଇଥିଲା ଯେ ରେସ ୩ କୁ ନେଇ ଦର୍ଶକ ମାନଙ୍କ ପାଖରୁ ଅଲଗା ଅଲଗା ରିଭ୍ୟୁ ଶୁଣିବାକୁ ମିଳିଥିଲା।

Remo and salman ଏହି ଫିଲ୍ମ ବର୍ତ୍ତମାନ ପର୍ୟ୍ୟନ୍ତ ପ୍ରାୟ ୨୭୦ କୋଟି ଟଙ୍କା କମାଇ ସାରିଲାଣି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ସଲମାନଙ୍କର ଏହି ଫିଲ୍ମ ’ରେସ’ର ତୃତୀୟ ସିକ୍ବେଲ। ଏହି ଫିଲ୍ମରେ ସଲମାନ ଏବଂ ଜ୍ୟାକଲିନଙ୍କ ବ୍ୟତିତ ଡେଜି ଶାହ,ଅନିଲ କପୁର,ବବି ଦେୱଲ ଏବଂ ସକିବ ସଲୀମ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମଟିକୁ ରେମୋ ଡିସୁଜା ନିର୍ଦ୍ଦେଶନା ଦେଇଛନ୍ତି। ଏହା ପୁର୍ବରୁ ’ରେସ’ ସୀରୀଜର ଦୁଇଟି ଫିଲ୍ମକୁ ଅବାସ ମସ୍ତାନ ନିଦ୍ଦେର୍ଶନା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.