ଫିଲ୍ମ ନିର୍ମାତା ରାଜକୁମାର କୋହଲିଙ୍କ ନିଧନ, ବାଥ୍‌ରୁମରେ ଆସିଲା ହୃଦ୍‌ଘାତ; କବାଟ ଖୋଲି ବାହାର କଲେ ପୁଅ ଅର୍‌ମାନ କୋହଲି

ବଲିଉଡ୍‌ର ବର୍ଷିୟାନ୍‌ ଚଳଚ୍ଚିତ୍ର ନିର୍ମାତା ରାଜକୁମାର କୋହଲିଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି। ସେ ଶୁକ୍ରବାର ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ବଲିଉଡ୍‌ର ବର୍ଷିୟାନ୍‌ ଚଳଚ୍ଚିତ୍ର ନିର୍ମାତା ରାଜକୁମାର କୋହଲିଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି। ଶୁକ୍ରବାର ସେ ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କୁହାଯାଉଛି ଯେ ସକାଳେ ଯେତେବେଳେ ସେ ବହୁତ ଡେରି ପର୍ଯ୍ୟନ୍ତ ବାଥ୍‌ରୁମରୁ ବାହାରି ନ ଥିଲେ, ସେତେବେଳେ ତାଙ୍କୁ ବାଥ୍‌ରୁମର କବାଟ ଭାଙ୍ଗି ବାହାର କରାଯାଇଥିଲା। ରିପୋର୍ଟ ମୁତାବକ, ବାଥ୍‌ରୁମରେ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା।

ପରିବାର ସୂତ୍ରରୁ ଜଣାପଡ଼ିଛି, ସକାଳ ୮ଟା ବେଳେ ରାଜକୁମାର କୋହଲି ଗାଧୋଇବା ପାଇଁ ବାଥ୍‌ରୁମ ଯାଇଥିଲେ। କିନ୍ତୁ ବହୁତ ଡେରି ପର୍ଯ୍ୟନ୍ତ ବାହାରି ନ ଥିଲେ। ଏହାପରେ ପୁଅ ଅର୍‌ମାନ କୋହଲି ବାଥ୍‌ରୁମର କବାଟ ଭାଙ୍ଗି ବାପାଙ୍କୁ ବାହାର କରିଥିଲେ ଏବଂ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୁମ୍ବାଇର ଜୁହୁସ୍ଥିତ ତାଙ୍କ ବାସଭବନରେ ରାଜକୁମାରଙ୍କ ଦେହାନ୍ତ ହୋଇଛି। ତାଙ୍କ ଅନ୍ତିମ ସଂସ୍କାର ଆଜି ସନ୍ଧ୍ୟାରେ କରାଯିବ।

ଫିଲ୍ମ ନିର୍ମାତା ରାଜକୁମାର କୋହଲି ତାଙ୍କ କ୍ୟାରିୟରରେ ‘ନାଗିନ’, ‘ଜାନି ଦୁଷ୍ମନ୍‌’, ‘ବିବି ନୌକର କା’, ‘ବଦଲେ କି ଆଗ୍‌’, ‘ରାଜ ତିଲକ’, ‘ଜାନେ ନେହିଁ ଦୁଁଗା’, ‘ଇନ୍ତକାମ୍‌’, ‘ବିସ୍‌ ସାଲ୍‌ ବାଦ୍‌’ ଭଳି ଅନେକ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ‘ନାଗିନ୍‌’ ଓ ‘ଜାନି ଦୁଷ୍ମନ୍‌’ ତାଙ୍କର ସବୁଠାରୁ ବଡ଼ ହିଟ୍‌ ଫିଲ୍ମ ଭାବରେ ଗଣାଯାଇଥାଏ। ରାଜକୁମାର କୋହଲି ନିଜ ପୁଅ ଅର୍‌ମାନ କୋହଲିଙ୍କୁ ୧୯୯୨ରେ ‘ବିରୋଧୀ’ ନାମକ ଫିଲ୍ମରୁ ବଲିଉଡ୍‌ରେ ଲଞ୍ଚ୍‌ କରିଥିଲେ।

 

View this post on Instagram

 

A post shared by Armaan Kohli (@armaankohliofficial)