ଟାଇଗର ଶ୍ରଫ୍ ଓ ଦିଶା ପଟାନୀଙ୍କ ବିରୋଧରେ ମାମଲା ରୁଜୁ କଲା ମୁମ୍ବାଇ ପୋଲିସ, ଜାଣନ୍ତୁ କାହିଁକି

ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ଓ ଦିଶା ପଟାନୀଙ୍କ ବିରୋଧରେ ମାମଲା ରୁଜୁ କଲା ମୁମ୍ବାଇ ପୋଲିସ। ରିପୋର୍ଟ ମୁତାବକ, କରୋନା ନିୟମ ଉଲ୍ଲଂଘନ କରିଥିବାରୁ ଉଭୟଙ୍କ ବିରୋଧରେ ଅଭିଯୋଗ ହୋଇଛି। ପୋଲିସ ମଧ୍ୟ କହିଛି ଯେ କୋଭିଡ କଟକଣା ନ ମାନିବାରୁ ଏହି ଦୁଇ କଳାକାରଙ୍କ ସମେତ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ ହୋଇଛି।


ମୁମ୍ବାଇ ପୋଲିସର କହିବାନୁସାରେ, ଟାଇଗର ବାନ୍ଦ୍ରାରେ ଡ୍ରାଇଭ ପାଇଁ ବାହାରିଥିଲେ। ଅପରାହ୍ନ ୨ଟା ପର ଯାଏଁ ବାହାରେ ବୁଲିବାର ସଠିକ କାରଣ ସେ ପୋଲିସକୁ କହିପାରିନଥିଲେ। ଏଣୁ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ।

ଆଉ ଏକ ଖବର ମୁତାବକ, ମଙ୍ଗଳବାର ଦିନ ଟାଇଗର ଓ ଦିଶା ଜିମ୍ ଯିବାକୁ ବାହାରିଥିଲେ। ଏହି ସମୟରେ ତାଙ୍କୁ ପୋଲିସ ରୋକିଥିଲା। ପରେ ଛାଡ଼ି ଦେଇଥିଲା।