Below header

ସାମ୍ନାକୁ ଆସିଲା ଗୁରମିତ ଓ ଦେବିନାଙ୍କ କୁନି ପରୀର ପ୍ରଥମ ଝଲକ, ଦେବିନାଙ୍କ ସାଙ୍ଗ ସେୟାର କଲେ ଫଟୋ

ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କପଲ ଦେବିନା ବାନାର୍ଜୀ ଏବଂ ଗୁରମିତ ଚୌଧୁରୀ ବାପା ମା ହୋଇସାରିଛନ୍ତି। ଯୋଡି କିଛି ଦିନ ପୂର୍ବରୁ ନିଜ ପ୍ରେଗେନ୍ସୀ ଖବର ସମସ୍ତଙ୍କ ସହିତ ସେୟାର କରିଥିଲେ। ଏହାର କିଛି ଦିନ ପରେ ଅଭିନେତ୍ରୀ ଦେବିନା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ପିଲା ଜନ୍ମ ହେବା ପରେ ଝିଅର ପ୍ରଥମ ଫଟୋ ସେୟାର କରିଛନ୍ତି ଦେବିନା ଓ ଗୁରମିତ।

ଇନଷ୍ଟାଗ୍ରାମରେ ଦେବିନାଙ୍କ ସାଙ୍ଗ ଜୀବିତା ଓବରୟ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ଦେବିନା ଏବଂ ଗୁରମିତଙ୍କ ଝିଅର ଫଟୋ ଦେଖିବାକୁ ମିଳିଛି। ଏହି ଫଟୋରେ ଜୀବିତା ପିଲାକୁ କୋଳରେ ଶୁଆଇଥିବା ବେଳେ ସାଇଡରୁ ଝିଅର ମୁହଁ ଦେଖିବାକୁ ମିଳିଛି।

 

View this post on Instagram

 

A post shared by Jeevita Oberoi (@jeevitaoberoi)

ସୂଚନାଯୋଗ୍ୟ, ଦେବିନା ଏବଂ ଗୁରମିତ ବିବାହର ୧୧ ବର୍ଷ ପରେ ମାତା ପିତା ହୋଇଛନ୍ତି। ଦୁହେଁ କନ୍ୟା ସନ୍ତାନ ଜନ୍ମ ପରେ ବେଶ୍‌ ଖୁସି ରହିଛନ୍ତି। ସୋସିଆଲ ମିଡିଆରେ ଫ୍ୟାନ୍ସ ଦୁହିଁଙ୍କ ଶୁଭେଚ୍ଛା ଜଣାଇଛନ୍ତି। ୨୦୧୧ରେ ଦୁହେଁ ବିବାହ କରିଥିଲେ। ଫେବୃଆରୀରେ ଦୁହେଁ ନିଜ ସୋସିଆଲ ମିଡିଆରେ ମାତା ପିତା ହେବାର ହେବା ନେଇ ସେୟାର କରିଥିଲେ।

ଇନଷ୍ଟାଗ୍ରାମରେ ଗୁରମତି ଚୌଧୁରୀ ଯେଉଁ ଭିଡିଓ ସେୟାର କରିଛନ୍ତି, ସେହି ଭିଡିଓରେ ତିନିଟି ହାତ ଥିବା ନଜର ଆସିଛି। ପ୍ରଥମେ ଗୁରମିତଙ୍କ ହାତ ତା’ ପରେ ଦେବିନାଙ୍କ ହାତ ଓ ପରେ ପିଲାର ହାତ ଦେଖିବାକୁ ମିଳିଛି। ଗୁରମିତଙ୍କ ଏହି ଭିଡିଓ ଜବରଦସ୍ତ ଭାଇରଲ ହେବାରେ ଲାଗିଛି।

 

View this post on Instagram

 

A post shared by Jeevita Oberoi (@jeevitaoberoi)

ଦେବିନା ନିଜ ଗର୍ଭବତୀ ହେବା ନେଇ ବହୁତ ଉତ୍ସାହିତ ରହିଥିଲେ। ଗର୍ଭବତୀ ହେବା ଖବର ମଧ୍ୟ ଫ୍ୟାନ୍ସଙ୍କ ସହିତ ସେୟାର କରିଥିଲେ। ଗର୍ଭବତୀ ହେବା ପରେ ଗୁରମିତ ଏବଂ ଦେବିନା ଅନେକ ଭିଡିଓ ଖୁବ ପସନ୍ଦ କରିଥିଲେ। ସେୟାର ହୋଇଥିବା ଭିଡିଓରେ ଗର୍ଭବତୀ ଥିବା ଦେବିନା ହିଲ୍ସ ପିନ୍ଧିବାରେ ଅସୁବିଧା ଭୋଗୁଥିବା ବେଳେ ଦେବିକାଙ୍କୁ ଗୁରମିତ ହିଲ୍ସ ପିନ୍ଧାଇ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.