ବିବାଦ ଘେରରେ ପ୍ରଭାସଙ୍କ ଫିଲ୍ମ‘‘ସାହୋ’’, ଫିଲ୍ମ ଚୋରି କରିଥିବା ନେଇ ଆରୋପ

‘‘ବାହୁବଳୀ’’ ପରେ ପ୍ରଭାସଙ୍କ ଫିଲ୍ମ ‘‘ସାହୋ’’ ବକ୍ସ ଅଫିସରେ ଭଲ ରୋଜଗାର କରିବାରେ ଲାଗିଛି। ଗତ ଶୁକ୍ରବାର ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଇତି ମଧ୍ୟରେ ୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିସାରିଲାଣି। ତେବେ ଏବେ ଫିଲ୍ମକୁ ନେଇ ଏକ ବିବାଦ ଦେଖାଦେଇଛି। ଜଣେ ଫରାସୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏହା ତାଙ୍କ ଫିଲ୍ମର କାହାଣୀ ବୋଲି କହିଛନ୍ତି। ଏଥିସହ ସାହୋ ତାଙ୍କ କାହାଣୀ ଚୋରି କରିଛି ବୋଲି ମଧ୍ୟ ଗୁରୁତର ଅଭିଯୋଗ କରିଛନ୍ତି। ‘ସାହୋ’ର ନିର୍ଦ୍ଦେଶକଙ୍କ ନାଁରେ ସେ କପି ରାଇଟ୍‌ ଚୋରି ଅଭିଯୋଗ ଆଣିଛନ୍ତି।

ଫରାସୀ ଫିଲ୍ମ ନିର୍ଦ୍ଦେଶକ ଜରୋମ ସଲେ ଟ୍ଵିଟ୍‌ କରି କହିଛନ୍ତି ଯେ ଏହା ‘ଲାରଜୋ ଓ୍ଵିଞ୍ଚ’ର ଦ୍ୱିତୀୟ ଫ୍ରିମେକ୍‌, ଏହା ପୂର୍ବ ଭଳି ବହୁତ ବେକାର ମଧ୍ୟ। ତେଲୁଗୁ ନିର୍ଦ୍ଦେଶକ ଯଦି ମୋ ଫିଲ୍ମ ଚୋରି କରୁଛନ୍ତି ତେବେ ଭଲରେ ନିର୍ମାଣ କରନ୍ତୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଭାସଙ୍କ ଏହି ଫିଲ୍ମ ହଲିଉଡ୍‌ ଫିଲ୍ମ ‘‘ଲାରଜୋ ଓ୍ଵିଞ୍ଚ’’ର କପି ବୋଲି କୁହାଯାଉଛି। କିଛି ଦର୍ଶକ ଉଭୟ ଫିଲ୍ମର କାହାଣୀ ସମାନ ବୋଲି କହିଛନ୍ତି।

ଏହାସହ ପଢ଼ନ୍ତୁ: ଗଣେଶ ପୂଜାରେ ବଲିଉଡ୍‌ ଷ୍ଟାରଙ୍କ ଟ୍ରାଡିସ୍‌ନାଲ ଲୁକ୍‌, ଦେଖନ୍ତୁ କିଏ କ’ଣ ପିନ୍ଧିଛନ୍ତି

ତେବେ ଏହି ଫିଲ୍ମର ରୋଜଗାର ବିଷୟରେ କହିବା ତ, ରିଲିଜ୍‌ର ଚତୁର୍ଥ ଦିନରେ ମଧ୍ୟ ସାହୋ ଡବଲ ଡିଜିଟ୍‌ର ବେପାର କରିଛି। ଫିଲ୍ମର କାହାଣୀ ଯେତିକି ଚର୍ଚ୍ଚିତ ନୁହେଁ, ପ୍ରଭାସଙ୍କ ଆକ୍ଟିଂ ଦେଖିବାକୁ ଅଧିକ ଲୋକଙ୍କ ଗହଳି ଲାଗୁଥିବା ଜଣାଯାଇଛି। ସୁଜୀନ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସଙ୍କ ସହ ଶ୍ରଦ୍ଧା କପୁର, ଜ୍ୟାକି ଶ୍ରଫ୍‌, ନୀଲ ନୀତିନ୍‌ ମୁକେଶଙ୍କ ଭଳି କଳାକାର ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.