ଶିଶୁପୁତ୍ରକୁ ଜନ୍ମ ଦେଲେ ଅଭିନେତ୍ରୀ ଗୌହର ଖାନ, ଇନଷ୍ଟାରେ ସେୟାର କଲେ ପୋଷ୍ଟ

ମା’ ହେଲେ ଅଭିନେତ୍ରୀ ଗୌହର ଖାନ । ୧୦ ତାରିଖରେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ଗୌହର । ନିଜେ ଇନଷ୍ଟାରେ ପୋଷ୍ଟ ସେୟାର କରି ଦେଲେ ସୂଚନା ।

ବଲିଉଡ ଅଭିନେତ୍ରୀ ଗୌହର ଖାନ୍‌ଙ୍କ ଘରକୁ ଆସିଛି କୁନି ଅତିଥି । ଗୌହର ଖାନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏହା ବିଷୟରେ ଗୌହର ନିଜ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି । ଗୌହର ୧୦ ତାରିଖରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଗୌହର ପୁଅକୁ ଜନ୍ମ ଦେବା ପରେ ପରିବାର ଖୁସିର ମାହୋଲ ସୃଷ୍ଟି ହୋଇଛି । ଗୌହର ମା’ ହେବା ପରେ ଅନୁଷ୍କା ଶର୍ମା ସମେତ ସବୁ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି ।

ଗୌହରର କିଛି ମାସ ପୂର୍ବରୁ ନିଜର ଗର୍ଭବତୀ ଛୁଟି ଉପଭୋଗ କରୁଥିଲେ । ଗୌହର ଏବଂ ଜୈଦଙ୍କ ସାକ୍ଷାତ ଏକ ସୁପରମାର୍କେଟରେ ହୋଇଥିଲା । ଏହି ସାକ୍ଷାତ ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ୨୦୨୦ ଡିସେମ୍ବର ୨୫ରେ ଦୁହିଁଙ୍କର ବିବାହ ହୋଇଥିଲା । ଗୌହର ନିଜଠାରୁ ୧୨ ବର୍ଷ ସାନ ଜୈଦଙ୍କୁ ବିବାହ କରିଥିଲେ ।

 

View this post on Instagram

 

A post shared by Gauahar Khan (@gauaharkhan)

ଟିଭି ରିଆଲିଟି ସୋ ‘ବିଗ୍ ବସ୍ ୭’ ବିଜେତା ଗୌହର ଖାନ୍ ୨୫ ଡିସେମ୍ବର ୨୦୨୦ ରେ କୋରିଓଗ୍ରାଫର ଜୈଦ୍‌ ଦରବରଙ୍କୁ ବିବାହ କରିଥିଲେ। ଏବେ ଏହି ଦମ୍ପତି ସୋସିଆଲ ମିଡିଆରେ ନିଜର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.