Below header

ବିବାହ ଭୋଜି ଖାଇ ଫେରୁଥିଲା ବେଳେ ଗଛରେ ପିଟି ହେଲା ବାଇକ, ଯୁବକ ମୃତ

ସଇଁନ୍ତଲା ଥାନା ଅନ୍ତର୍ଗତ ଗଣ୍ଡପତ୍ରାପାଲି ଗାଁର ସମିର ସେଠ ଗତ ରାତିରେ ବିବାହ ଭୋଜି ଖାଇ ଫେରୁଥିଲା ବେଳେ ଗଛରେ ପିଟି ହେଲା ବାଇକ। ଯୁବକ ମୃତ

ଟିଟିଲାଗଡ଼ (କେନ୍ୟୁଜ): ଭୋଜି ଖାଇ ନିଜ ଘରକୁ ଫେରୁଥିବା ବେଳେ ଲିମ୍ବ ଗଛରେ ପିଟି ହୋଇ ଯୁବକ ମୃତ। ସଇଁନ୍ତଲା ଥାନା ଅନ୍ତର୍ଗତ ଗଣ୍ଡପତ୍ରାପାଲି ଗାଁର ସମିର ସେଠ ଗତ ରାତିର ସଇଁନ୍ତଲା ଥାନା ଅଧୀନସ୍ଥ ଲୁହୁରାପାଲି ଗାଁ କୁ ନିଜ ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ।

ବିଳମ୍ବିତ ରାତ୍ରୀରେ ନିଜ ବାଇକ ଯୋଗେ ଘରକୁ ଫେରିବା ବେଳେ ବରଗାଁ ଜାତୀୟ ରାଜପଥ ୨୬ ନିକଟରେ ଥିବା ଲିମ୍ବ ଗଛରେ ଦ୍ରୁତ ଗତିରେ ଗାଡ଼ିଟି ପିଟି ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଫୋନ କରିଥିଲେl ସଇଁନ୍ତଲା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଆହତ ବ୍ୟକ୍ତିକୁ ଡାକ୍ତରଖାନାକୁ ନେଇ ଥିଲାl ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେl ସଇଁତଳା ପୋଲିସ ଘଟଣା ସମ୍ପର୍କ ରେ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.