ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି ‘ବଧାଇ ଦୋ’ର ସୁଟିଂ, ଏକ ଅଜବ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି ରାଜକୁମାର ଓ ଭୂମି

‘ବଧାଇ ହୋ’ର ସଫଳତା ପରେ ‘ବଧାଇ ଦୋ’ ଚଳଚ୍ଚିତ୍ର ପାଇଁ ଘୋଷଣା ହୋଇସାରିଛି । ଏହି ଫିଲ୍ମର ସୁଟିଂ ଜାନୁୟାରୀ 2021 ରେ ଆରମ୍ଭ ହେବାକୁ ଯାଉଛି ଏବଂ ଏଥିରେ ରାଜକୁମାର ରାଓ ଓ ଭୁମି ପେଡନେକର ଏକାଠି ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ । ଫିଲ୍ମର କାହାଣୀ କ’ଣ ହେବ ଜାଣିବାକୁ ସମସ୍ତେ ଆଗ୍ରହୀ, ତେଣୁ ଆମେ ଆପଣଙ୍କୁ ଏହା ବିଷୟରେ ସୂଚନା ଦେବାକୁ ଯାଉଛୁ ।

Badhaai Do: Rajkummar Rao and Bhumi Pednekar's Badhaai Ho 2 is now Badhaai  Do

ଏହି ଚଳଚ୍ଚିତ୍ରର କାହାଣୀ ଏକ ଅଜବ ବିବାହ ଉପରେ ଆଧାରିତ । ହଁ ଅଜବ ବିବାହ, କାରଣ ଏଥିରେ ଜଣେ ‘ଗେ’ ପୁରୁଷ ଏବଂ ଜଣେ ଲେସବିୟାନଙ୍କର ବିବାହ ହୋଇଯାଇଛି । ସାମାଜିକ ଚାପ ହେତୁ ଉଭୟଙ୍କୁ ବିବାହ କରିବାକୁ ପଡିଛି ସତ କିନ୍ତୁ ପରେ ଜଣାପଡିଛି ଯେ ଏହା ଏକ ଲେଭେଣ୍ଡର ମ୍ୟାରେଜ । ଆଉ ତାପରେ ଆରମ୍ଭ ହୋଇଛି କମେଡି ।

ରାଜକୁମାର ରାଓ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଛନ୍ତି। ଦିଲ୍ଲୀର ଏହି ପୋଲିସ ହେଉଛନ୍ତି ମହିଳା ପୋଲିସ ଷ୍ଟେସନର ଏକମାତ୍ର ପୁରୁଷ । ଅନ୍ୟପକ୍ଷରେ ଭୁମି ପେଡନେକର ଜଣେ ସ୍କୁଲ ପିଟି ଶିକ୍ଷକ। ଜଣେ ଗେ’ ଏବଂ ଅନ୍ୟଜଣେ ଲେସବିଆନ । ତେବେ ଏ ବିଷୟରେ ସେମାନେ ନିଜ ପରିବାରକୁ କହିପାରନ୍ତି ନାହିଁ ଏବଂ ବିବାହ ପରେ ପରସ୍ପରର ଏହି ପୋଲ ଖୋଲିଥାଏ । କାହାଣୀରେ ତ ଦମ ଅଛି ଏବଂ ରାଜକୁମାର ଓ ଭୂମି ଦୁଇଜଣ ଦମଦାର ଅଭିନେତା । କେବଳ ଦେଖିବାକୁ ବାକି ରହିଲା ଯେ ଫିଲ୍ମଟିକୁ ଲୋକେ କେତେ ଗ୍ରହଣ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.