ଦୀର୍ଘ ୧୦ ବର୍ଷ ପରେ ଅଭିନୟକୁ ଫେରୁଛନ୍ତି ଜେନେଲିଆ ଡି’ସୁଜା, ଭିନ୍ନ ଚରିତ୍ରରେ ନଜର ଆସିବେ ରିତେଶ ଦେଶମୁଖ; ରିଲିଜ୍‌ ହେଲା ‘ମିଷ୍ଟର ମମ୍ମି’ର ପାର୍ଷ୍ଟ ଲୁକ୍

ବଲିଉଡ ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୀର୍ଘ ଦିନ ପରେ ଅଭିନୟ ଜଗତକୁ ଫେରୁଛନ୍ତି। ଜେନେଲିଆ ପାଖାପାଖି ଦଶ ବର୍ଷ ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ପୁଣି ପାଦ ରଖିବାକୁ ଯାଉଛନ୍ତି। ସେ ଶେଷଥର ପାଇଁ ରିତେଶ ଦେଶମୁଖଙ୍କ ସହ ଫିଲ୍ମ ‘ତେରେ ନାଲ ଲଭ୍‌ ହୋ ଗୟା’ରେ ନଜର ଆସିଥିଲେ। ଏହାପରେ କିଛି ଚଳଚ୍ଚିତ୍ରରେ କାମ କରିଥିଲେ, କିନ୍ତୁ ସେଥିରେ ତାଙ୍କର କାମିଓ ଥିଲା। ଏବେ ଜେନେଲିଆ ପୁଣିଥରେ ରିତେଶଙ୍କ ସହ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ସେ ନିଜ ଫିଲ୍ମ ‘ମିଷ୍ଟର ମମ୍ମି’ର ପାର୍ଷ୍ଟ ଲୁକ୍ ସେୟାର କରିଛନ୍ତି। ଏଥିରେ ରିତେଶ ଓ ଜେନେଲିଆ ଉଭୟ ଗର୍ଭବତୀ ନଜର ଆସୁଛନ୍ତି। ଏହା ଏକ କମେଡି ଡ୍ରାମା ଫିଲ୍ମ, ଯାହାକି ଲୋକମାନଙ୍କୁ ହସେଇବାକୁ ପ୍ରସ୍ତୁତ। ଏହି ଫିଲ୍ମକୁ ଭୂଷଣ କୁମାର ନିର୍ମାଣ କରୁଛନ୍ତି।

ଜେନେଲିଆ ସୋସିଆଲ ମିଡିଆରେ ଫିଲ୍ମର ପ୍ରଥମ ଲୁକ୍ ସେୟାର କରିଛନ୍ତି। ପୋଷ୍ଟରରେ ଉଭୟ ରିତେଶ ଓ ଜେନେଲିଆ ଗର୍ଭବତୀ ଥିବା ଦେଖା ଯାଉଛନ୍ତି। ଯେଉଁଠି ଜେନେଲିଆ ହସୁଛନ୍ତି, ସେଠି ରିତେଶ ଚିନ୍ତିତ ଥିବା ନଜର ଆସୁଛନ୍ତି। ଜେନେଲିଆ ପ୍ରଥମ ଲୁକ୍ ସେୟାର୍ କରି ଲେଖିଛନ୍ତି, ‘ଏକ ଟ୍ଵିଷ୍ଟିଡ୍‌ ହସର ରଥ ଏବଂ କାହାଣୀ, ଯାହା ଆପଣ ପୂର୍ବରୁ କେବେ ବି ଦେଖି ନ ଥିବେ। ଆପଣ ହୃଦୟରୁ ହସିବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ ଏବଂ ଆପଣଙ୍କ ପେଟ ଯନ୍ତ୍ରଣା ହେବାକୁ ଯାଉଛି’। ଜେନେଲିଆଙ୍କର ଏହି ପୋଷ୍ଟରେ ପ୍ରଶଂସକମାନେ କମେଣ୍ଟ କରି ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏଥିସହ ଫିଲ୍ମର ରିଲିଜ୍ ତାରିଖ ବିଷୟରେ ମଧ୍ୟ ପଚାରୁଛନ୍ତି। କେବଳ ଏତିକି ନୁହେଁ, ଜେନେଲିଆ ଓ ରିତେଶଙ୍କୁ ପୁଣି ଥରେ ଏକାଠି ଦେଖି ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି।

‘ମିଷ୍ଟର ମମ୍ମି’ କମେଡି ଡ୍ରାମାର ପଞ୍ଚ ଲାଇନ ଲୋକଙ୍କୁ ଖୁବ୍‌ ହସାଇବ ଏବଂ ଏହାର କମିକ୍‌ ଟାଇମିଙ୍ଗ୍‌ ବି ଦେଖିବା ଯୋଗ୍ୟ ହେବ। ଏହି ଚଳଚ୍ଚିତ୍ରର କାହାଣୀ ଏମିତି ଏକ ଦମ୍ପତିଙ୍କ ଉପରେ ଆଧାରିତ, ଯାହାଙ୍କର ଚିନ୍ତାଧାରା ପିଲା କଥା ଆସିଲେ, ପରସ୍ପରଠାରୁ ଭିନ୍ନ ହୋଇଯାଏ। ଫିଲ୍ମରେ ଦର୍ଶକମାନେ କମେଡି, ଡ୍ରାମା ସହିତ ଖୁଲାସା, ହୃଦୟଙ୍ଗମର ସ୍ୱାଦ ପାଇ ପାରିବେ।

ମରାଠି ପିଲ୍ମରେ ବି ଆସିବେ ନଜର: କହି ରଖୁଛୁ କି, ଜେନେଲିଆ ମରାଠି ଚଳଚ୍ଚିତ୍ର ‘ବେଦ’ରେ ମଧ୍ୟ ନଜର ଆସିବେ। ସେ କିଛି ଦିନ ତଳେ ଏହି ଫିଲ୍ମ ବିଷୟରେ ସୂଚନା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଦେଇଥିଲେ। ଏହି ଚଳଚ୍ଚିତ୍ରର ଖାସ୍‌ କଥା ହେଉଛି, ଏହାକୁ ରିତେଶ ଦେଶମୁଖ ନିର୍ଦ୍ଦେଶନା ଦେଉଛନ୍ତି। ଜେନେଲିଆଙ୍କ କମ୍‌ବ୍ୟାକ ସହିତ ଏହା ରିତେଶଙ୍କ ନିର୍ଦ୍ଦେଶନା ଡେବ୍ୟୁ ହେବ।

 

View this post on Instagram

 

A post shared by Genelia Deshmukh (@geneliad)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.