ଓଡ଼ିଶା ହୋମ ପ୍ରାଇଭେଟ୍ ଲିମିଟେଡ ଚିଟଫଣ୍ଡ କମ୍ପାନିର ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର(କେନ୍ଯୁଜ୍): ଓଡ଼ିଶା ହୋମ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ କମ୍ପାନିର ସମ୍ପତ୍ତି ବାଜ୍ୟାପ୍ତି । ବାଜ୍ୟାପ୍ତି ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର OPID କୋର୍ଟ । ୧୮ ଏକର ୩୦ ଡିସିମିଲ ଭୂସମ୍ପତ୍ତି ବାଜ୍ୟାପ୍ତି କଲେ କୋର୍ଟ । ବ୍ୟାଙ୍କ ଜମା ୮ ଲକ୍ଷ ୮୭ ହଜାର ଟଙ୍କା ମଧ୍ୟ ବାଜ୍ୟାପ୍ତି ।

ଭୁବନେଶ୍ୱରରେ ଥିଲା ଚିଟଫଣ୍ଡ କମ୍ପାନିର କାର୍ଯ୍ୟାଳୟ । ସୁଲଭ ମୂଲ୍ୟରେ ଆପାର୍ଟମେଣ୍ଟ ଯୋଗାଇ ଦେବାକୁ କହି ଲୋକଙ୍କୁ ଠକିଥିଲା ଚିଟଫଣ୍ଡ କମ୍ପାନି । ୭ କୋଟି ୫୪ ଲକ୍ଷ ଠକେଇ କରିଥିବାର ଅଭିଯୋଗ ହୋଇଇଥିଲା । ପୂର୍ବରୁ ୧୮ଟି ଚିଟଫଣ୍ଡ କମ୍ପାନିର ସମ୍ପତ୍ତି ବାଜ୍ୟାପ୍ତି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.