ଫିଲ୍ମ ‘ଗଲିବଏ୍‌’ ରାପରଙ୍କର କାର ଦୁର୍ଘଟଣାରେ ପରଲୋକ, ରଣବୀର ଓ ସିଦ୍ଧାନ୍ତ ଜଣାଇଲେ ଶ୍ରଦ୍ଧାଞ୍ଜଳି

ଗଲିବଏ୍‌ ରାପର ଧର୍ମେଶ ପରମାର ଓରଫ ଏମସି ତୋଡ ଫୋଡ୍‌ଙ୍କର କାର ଦୁର୍ଘଟଣାରେ ପରଲୋକ ହୋଇଛି। ମାତ୍ର ୨୪ ବର୍ଷ ବୟସରେ ଦୁର୍ଘଟଣାରେ ଜୀବନ ହାରିଛନ୍ତି ଏହି ଯୁବକ। ଧର୍ମେଶଙ୍କ ମୃତ୍ୟୁ ଖବର ଶୁଣିବା ପରେ ରଣବୀର ସିଂ, ସିଦ୍ଧାନ୍ତ ଚର୍ତୁବେଦ୍ଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଧର୍ମେଶ ପାରମାର ରଣବୀରଙ୍କ ଫିଲ୍ମ ଗଲିବଏର ସାଉଣ୍ଡଟ୍ରାକ ପାଇଁ ସ୍ୱର ଦେଇଥିଲେ। ଏହାସହିତ ଏକ ସିଗିଂଙ୍ଗ ବ୍ୟାଣ୍ଡରେ ମଧ୍ୟ କାମ କରୁଥିଲେ। ଯାହାର ନାମ ସ୍ୱଦେଶୀ ଥିଲା।

ସ୍ୱଦେଶୀ ବ୍ୟାଣ୍ଡ୍‌ ଧର୍ମେଶଙ୍କ ମୃତ୍ୟୁ ବିଷୟରେ ଖବର ଦେଇଥିଲେ। କିନ୍ତୁ ତାଙ୍କ ପରିବାର ତରଫରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୋକ୍ତି ଆସିନାହିଁ।

ରଣବୀର ଏବଂ ସିଦ୍ଧାନ୍ତ ଇନଷ୍ଟାଗ୍ରାମରେ ଧର୍ମେଶଙ୍କ ଏକ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଧର୍ମେଶଙ୍କ ଏକ ଆଲବମ ‘ଟ୍ରୁଥ ଆଣ୍ଡ ବାସ୍‌’ ଏହିମାସ ୮ ତାରିଖରେ ରିଲିଜ ହୋଇଥିଲା। ଯାହାକୁ ଫ୍ୟାନ୍ସ ବହୁତ ପ୍ରଶଂସା ମଧ୍ୟ କରୁଥିଲେ। ନିଜ କ୍ୟାରିଅରେ ଧର୍ମେଶ ଅନେକ ଅନ୍ତର୍ଜାତୀୟ ପରଫରମାନ୍ସ ମଧ୍ୟ ଦେଇଛନ୍ତି। ଯାହା ପାଇଁ ଅନେକ ପ୍ରଶଂସା ମଧ୍ୟ ତାଙ୍କୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.