Below header

କରୋନାରୁ ସୁସ୍ଥ ହେବା ପରେ ପ୍ଲାଜ୍‌ମା ଦାନ କଲେ ଗୁରମିତ-ଦେବିନା, ଅନ୍ୟମାନଙ୍କୁ ବି ସାହାଯ୍ୟ କରିବାକୁ କଲେ ଅପିଲ

ଟେଲିଭିଜନ୍‌ ପରଦାର ଲୋକପ୍ରିୟ ଯୋଡ଼ି ଗୁରମିତ ଚୌଧୁରୀ ଓ ଦେବିନା ବାନାର୍ଜୀ କରୋନାରୁ ସୁସ୍ଥ ହୋଇ ପ୍ଲାଜ୍‌ମା ଦାନ କରିଛନ୍ତି। ଏହି ଯୋଡ଼ି ଶୁକ୍ରବାର ଦିନ ପ୍ଲାଜ୍‌ମା ଡୋନେଟ୍‌ କରିଛନ୍ତି। କିଛି ଦିନ ତଳେ ଉଭୟେ କରୋନା ସଂକ୍ରମିତ ହୋଇଥିଲେ। ମାତ୍ର ଉଭୟେ ଏବେ ପୂରା ଫିଟ୍‌ ଅଛନ୍ତି।

ଗୁରୁମିତ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଲେଖିଛନ୍ତି ‘ମୁଁ କୋଭିଡ୍‌-୧୯ ରୋଗୀଙ୍କ ପାଇଁ ପ୍ଲାଜ୍‌ମା ଦାନ କରିଛି। ଏହା ଡା.ରମେଶ ନାୟର ହସ୍ପିଟାଲ। ଡା.ଗୌତମ ଭାନୁଶାଳୀଙ୍କୁ ଧନ୍ୟବାଦ, ଯାହା ପାଇଁ ସବୁ କିଛି ସମ୍ଭବ ହୋଇପାରିଛି। ଚିକିତ୍ସା ଠାରୁ ଆରମ୍ଭ କରି ପ୍ରେରଣା ଯୋଗାଇବା ପର୍ଯ୍ୟନ୍ତ’।

ଆଉ ଏକ ପୋଷ୍ଟରେ ଗୁରୁମିତ୍‌ ଲେଖିଛନ୍ତି ‘ଏହି ଜରୁରୀକାଳୀନ ପରିସ୍ଥିତିରେ ସମସ୍ତ ଆଗକୁ ଆସନ୍ତୁ ଓ ପ୍ଲାଜ୍‌ମା ଦାନ କରିବାକୁ ଅପିଲ କରୁଛି। ଯଦି ଆପଣ ସୁସ୍ଥ ହୋଇସାରିଛନ୍ତି ତେବେ ସାହାଯ୍ୟର ହାତ ନିଶ୍ଚୟ ବଢ଼ାନ୍ତୁ’।

ପ୍ରକାଶ ଯେ ଗୁରମିତ ଓ ଦେବିନା ଇମାଜିନ୍‌ ଟିଭିରେ ପ୍ରସାରିତ ରାମାୟଣ ଶୋ’ରେ ରାମ ଓ ସୀତା ଭୂମିକାରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.