ଫରହାନଙ୍କ ଫିଲ୍ମ ‘ଜୀ ଲେ ଜରା’ରେ ଏକାଠି ନଜର ଆସିବେ ପ୍ରିୟଙ୍କା, କ୍ୟାଟ୍ରିନା ଓ ଆଲିଆ

ପ୍ରିୟଙ୍କା ଚୋପ୍ରା ଜୋନସ, ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ ବର୍ତ୍ତମାନର ଟପ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ଏବେ ଏହି ୩ ଅଭିନେତ୍ରୀ ଏକାଠି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ଏହାର ଘୋଷଣା ମଙ୍ଗଳବାର ହୋଇଛି। ଫିଲ୍ମର ନାମ ହେଉଛି ‘ଜୀ ଲେ ଜରା’। ଫିଲ୍ମର କାହାଣୀରେ ୩ ଜଣ ଯୁବତୀ ଏକ ରୋଡ ଟ୍ରିପରେ ବାହାରୁଛନ୍ତି। ଆଉ ସେମାନଙ୍କ ଚରିତ୍ର ଚାରିପଟେ ଫିଲ୍ମର କାହାଣୀ ଗତିଶୀଳ ହେଉଛି। ଏହି ଫିଲ୍ମର ନିର୍ଦେଶନା ଫରହାନ ଅଖତର ଦେବାକୁ ଯାଉଛନ୍ତି।

ଫିଲ୍ମର ଘୋଷଣା ପରେ କ୍ୟାଟ୍ରିନା, ପ୍ରିୟଙ୍କା ଓ ଆଲିଆ ଗୋଟିଏ ଫଟୋ ସହିତ ଅଲଗା ଅଲଗା ପୋଷ୍ଟ ଶେୟାର କରିଛନ୍ତି। ପ୍ରିୟଙ୍କା ଏହି ଫଟୋ ଶେୟାର କରି ଇନଷ୍ଟାଗ୍ରାମରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ଶେୟାର କରିଛନ୍ତି। ପୂରା ଦୁନିଆ ରୋକିବାକୁ ଯିବା ପୂର୍ବରୁ ୨୦୨୦ରେ ସେମାନେ ଏହି ଫିଲ୍ମ ପାଇଁ ଭେଟିଥିଲେ। ସେହି ସମୟରେ ଫରହାନ ଅଖତର ଏକ ଫିମେଲ ରୋଡ ଟ୍ରିପ କାହାଣୀ ଉପରେ କାମ କରୁଥିଲେ। କେବଳ ସେତିକି ନୁହେଁ, ତିନି ଜଣଙ୍କର ଶିଡ୍ୟୁଲ ମିଶାଇବା ଲାଗି ୩ ବର୍ଷ ସମୟ ଲାଗିଥିଲା। ଏବେ ତିନିହେଁ ଏକାଠି ନଜର ଆସିବେ ବୋଲି ପ୍ରିୟଙ୍କା ଲେଖିଛନ୍ତି।

film

କ୍ୟାଟିନା ବି ଏକ ଫଟୋ ଶେୟାର କରି ଲେଖିଛନ୍ତି ଯେ ଏହି ଝିଅମାନଙ୍କୁ ସେ ବହୁତ ଭଲ ପାଆନ୍ତି ଓ ପରସ୍ପରଙ୍କ ନିକଟରେ ରହିବା ସବୁବେଳେ ମଜାଦାର ହୋଇଥାଏ। ଆଲିଆ ମଧ୍ୟ ବିଳମ୍ବ ନ କରି ଲେଖିଛନ୍ତି ଦୁଇ ବର୍ଷ ପୂର୍ବେ ତିନି ଜଣ ଯୁବତୀ ଗୋଟିଏ ସ୍ବପ୍ନ ପାଇଁ ଏକାଠି ହୋଇଥିଲେ। ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଫରହାନ ଲେଖିଛନ୍ତି କାଲିଠାରୁ ସେ ଶୁଟିଂ ଆରମ୍ଭ କରିବାକୁ ଚାହୁଛନ୍ତି। ସୂଚନାଯୋଗ୍ୟ ଯେ ଫରାହାନ ଅଖତର ନିଜେ ବି ରୋଡ ଟ୍ରିପ ସିନେମା ‘ଜିନ୍ଦଗୀ ନା ମିଲେଗୀ ଦୋବାରା’ରେ କାମ କରିଥିଲେ। ତିନି ସାଙ୍ଗଙ୍କ ଉପରେ ଆଧାରିତ ଏହି ସିନେମାକୁ ବହୁତ ପସନ୍ଦ କରାଯାଇଥିଲା।

ଫରହାନ ଅଖତର ଓ ରୀତେଶ ସିଧୱାନିଙ୍କ ପ୍ରଯୋଜନା ସଂସ୍ଥା ଏକ୍ସେଲ ଏଣ୍ଟରଟେନମେଣ୍ଟର ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ଘୋଷଣା କରାଯାଇଛି। ଏହି ସଂସ୍ଥା ସହ ଟାଇଗର ବେବି ପ୍ରଡକ୍ସନ ଫିଲ୍ମର ସହ ପ୍ରଯୋଜନା କରୁଛି। ଏହାର କାହାଣୀ ଫରହାନ ଅଖତର, ଜୋୟା ଅଖତର ଓ ରୀମା କାଗତି ଲେଖିଛନ୍ତି। ଅନ୍ୟତମ ସଫଳ ପ୍ରଯୋଜନା ସଂସ୍ଥା ଭାବେ ଗଣାଯାଉଥିବା ଏକ୍ସେଲ ଏଣ୍ଟରଟେନମେଣ୍ଟ ଏବେ ରାକେଶ ଓମପ୍ରକାଶ ମେହରାଙ୍କ ବକ୍ସିଂ ଡ୍ରାମା ଫରହାନଙ୍କ ଅଭିନୀତ ‘ପଠାନ’ ସିନେମାଟି ସଫଳତାର ସ୍ବାଦ ଚଖାଇଛି। ଏହା ଏବେ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.