ବିବାହ ପରେ ଆଲିଆ-ରଣବୀରଙ୍କ ସମ୍ପତ୍ତି ମୂଲ୍ୟ କେତେ ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ହିନ୍ଦୀ ସିନେ ଇଣ୍ଡଷ୍ଟ୍ରିର ଦୁଇ ବଡ ଷ୍ଟାର ରଣବୀର କପୁର ଓ ଆଲିଆ ଭଟ୍ଟ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଁଙ୍କୁ ବଲିଉଡର ଆଗଧାଡିର କଳାକାର ତାଲିକାରେ ଗଣାଯାଏ । ଦୁହେଁ ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଫିଲ୍ମ ଦେଇଥିବାବେଳେ ଏକ ବଡ ଆକାରର ଫିସ ବି ଆଦାୟ କରନ୍ତି । ଏହା ବ୍ୟତୀତ ବିଭିନ୍ନ ଧରଣର ବିଜ୍ଞାପନରୁ ବି ଦୁହେଁ ଭଲ ରୋଜଗାର କରନ୍ତି । ଏମିତିରେ ସାଧାରଣ ଲୋକେ ନିଶ୍ଚିତ ରୂପେ ମନେ ମନେ ଅନୁମାନ ଲଗାଉଥିବେଯେ ଦୁହିଁଙ୍କର ମୋଟ ଆୟ ମିଶି କେତେ ହେବ ? ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ ସମୟରେ ରଣବୀରଙ୍କ ନିକଟରେ ପାଖାପାଖି ୩୫୫ କୋଟି ଟଙ୍କାର ସମ୍ପତ୍ତି ଅଛି । ୱାକ ଅପ ସିଡ଼, ରାଜନୀତିରୁ ଆରମ୍ଭ କରି ରକଷ୍ଟାର, ବରଫି ପରି ହିଟ ଫିଲ୍ମ ଦେଇଥିବା ରଣବୀର କପୁର ଗୋଟିଏ ସିନେମା ପାଇଁ ୧୮ ରୁ ୨୦ କୋଟି ଟଙ୍କା ଫିସ ନିଅନ୍ତି । ଠିକ ଏହିପରି ବିଜ୍ଞାପନ ପାଇଁ ବି ରନବିର କୋଟି କୋଟି ଟଙ୍କା ଚାର୍ଜ କରନ୍ତି । ଏହା ବ୍ୟତୀତ ରଣବୀରଙ୍କ ପାଖରେ ରୋଜଗାରର ବି ଅନ୍ୟାନ ମାଧ୍ୟମ ରହିଛି । ସେମାନେ କିଛି କମ୍ପାନୀରେ ଇନଭେସ୍ଟ ବି କରିଛନ୍ତି ଯେଉଁଥିରୁ ତାଙ୍କୁ କୋଟି କୋଟି ଟଙ୍କା ଆଦାୟ ହୋଇଥାଏ ।

ବରିଷ୍ଠ ଫିଲ୍ମ ପରିବାର ସହ ସମ୍ବନ୍ଧ ରଖିଥିବା ରଣବୀର କପୁରଙ୍କ ନିକଟରେ ଗୋଟିଏରୁ ଗୋଟିଏ ଦାମୀ ବଡ ବଡ କାର ରହିଛି । ଏମିତିକି ତାଙ୍କ ପାଖରେ ଅଡ଼ିରୁ ଆରମ୍ଭ କରି ମାର୍ସିଡ଼ିଜ, ରେଞ୍ଜ ରୋଭର ପରି ନାମିଦାମୀ ଗାଡି ରହିଛି । ଧନ ତାଲିକାରେ ଆଲିୟା ରଣବୀରଙ୍କ ଠାରୁ କିଛିଟା ପଛରେ ଅଛନ୍ତି । ଖବର ଅନୁଯାୟୀ, ଆଲିୟାଙ୍କ ସମୁଦାୟ ସମ୍ପତ୍ତି ପ୍ରାୟ ୧୫୦ କୋଟି ଟଙ୍କାର ହେବ । ଏଭିତରେ ନିଜେ ଆଲିଆ ବି ଗୋଟେରୁ ଗୋଟେ ହିଟ ଫିଲ୍ମ ଦେଇଛନ୍ତି । ଆଉ ଗୋଟିଏ ସିନେମା ପାଇଁ ଆଲିଆ ୫ କୋଟି ରୁ ୮ କୋଟି ଆଦାୟ କରନ୍ତି । ଆଉ ବିଜ୍ଞାପନ ପାଇଁ ୧ ରୁ ୨ କୋଟି ଟଙ୍କା ନିଅନ୍ତି ଆଲିୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.