ଇଣ୍ଟରନେଟରେ ଛାଇଗଲେ ଟିକଟକର ‘ମଧୁବାଲା’, ଫିଲ୍ମ ସାଇନ କରାଇବା ପାଇଁ କରଣ ଜୋହରଙ୍କ ଅନୁରୋଧ କଲେ ଲୋକେ, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ଟିକଟକରେ ପ୍ରିୟଙ୍କା କଣ୍ଡୱାଲ ନାମକ ଜଣେ ଯୁବତୀ ଅଚାନକ ଫେମସ ହେବାରେ ଲାଗିଛନ୍ତି । ଏହାର କାରଣ ହେଉଛନ୍ତି ବଲିଉଡର ଅଭିନେତ୍ରୀ ମଧୁବାଲା । ଆଜ୍ଞା ହଁ ପ୍ରିୟଙ୍କା କଣ୍ଡୱାଲ ଅବିକଳ ବଲିଉଡର ଅଭିନେତ୍ରୀ ମଧୁବାଲାଙ୍କ ପରି ଦେଖାଯାନ୍ତି । ପ୍ରିୟଙ୍କା କଣ୍ଡୱାଲ ଆଜିଯାଏଁ ନିଜର ଟିକଟକ ଆଇଡ଼ିରେ ଯେତେବି ଭିଡିଓ ସେୟାର କରିଛନ୍ତି ସବୁଥିରେ ସେ ଠିକ ମଧୁବାଲାଙ୍କ ଗେଟଅପରେ ହିଁ ନଜର ଆସନ୍ତି । ଲୋକମାନେ ତାଙ୍କୁ ଟିକଟକର ମଧୁବାଲା କହିଥାନ୍ତି ।

ପ୍ରୀୟଙ୍କାଙ୍କ ଚେହେରା ଅନେକ ମାତ୍ରାରେ ମଧୁବାଲାଙ୍କ ଚେହେରା ସହ ମିଶି ଯାଇଥାଏ । ଯେଉଁ କାରଣରୁ ସୋସିଆଲ ମିଡିଆରେ ତାଙ୍କୁ ଏହି ନାମ ମିଳିଛି । ଲୋକମାନେ ପ୍ରିୟାଙ୍କାଙ୍କୁ ଏତେ ମାତ୍ରାରେ ପସନ୍ଦ କରନ୍ତି ଯେ ତାଙ୍କର ଭିଡିଓ ତଳେ ବଲିଉଡ ପ୍ରଡ୍ୟୁସର କରଣ ଜୋହରଙ୍କୁ ଟ୍ୟାଗ କରି ଫିଲ୍ମ ସାଇନ କରେଇବା ପାଇଁ ଅନୁରୋଧ କରିଛନ୍ତି ।

ଏହାସହ ପଢନ୍ତୁ ପ୍ରଥମ ଓ ଦ୍ଵିତୀୟ ପରେ ଏବେ ତୃତୀୟ ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଟିକଟକରେ ବଲିଉଡର ଅନେକ ଲୁକ-ଏ-ଲାଇକ ଅଛନ୍ତି । କିଛିଦିନ ପୂର୍ବରୁ ବଲିଉଡ ଆକ୍ଟ୍ରେସ କ୍ୟାଟ୍ରିନା କୈଫଙ୍କ ଭଳି ଦିଶୁଥିବା ଜଣେ ଯୁବତୀ ଚର୍ଚ୍ଚାକୁ ଆସିଥିଲେ । କ୍ୟାଟ୍ରିନା କୈଫଙ୍କ ଭଳି ଦିଶୁଥିବା ଏହି ଯୁବତୀଙ୍କ ନାମ ଥିଲା ଏଲିନା ରାୟ ଯିଏକି ମୁମ୍ବାଇରେ ରୁହନ୍ତି । ତା ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ପରି ଦିଶୁଥିବା ଜଣେ ଯୁବକ ମଧ୍ୟ ସାମ୍ନାକୁ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.