‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍‌ ୧୪’କୁ ନେଇ ଚର୍ଚ୍ଚା ଆରମ୍ଭ: ନଜର ଆସିବେ ନୂଆ ଜଜ୍‌ ଓ ହୋଷ୍ଟ

ଟିଭି ଦୁନିଆର ବହୁତ ଲୋକପ୍ରିୟ ରିଆଲିଟି ସୋ ‘ଇଣ୍ଡିଆନ ଆଇଡଲ ସିଜିନ ୧୪’ ଆରମ୍ଭ ହେବାକୁ ନେଇ ଚର୍ଚ୍ଚା ଚାଲିଛି । ଏଥର କୁଆଡେ ସୋ'ରେ ଜଜ୍‌ ରୁ ଆରମ୍ଭ କରି ହୋଷ୍ଟ ସଭିଏଁ ବଦଳିବେ ।

ଟିଭି ଦୁନିଆର ସବୁଠୁ ଲୋକପ୍ରିୟ ରିଆଲିଟି ସୋ ‘ଇଣ୍ଡିଆନ୍ ଆଇଡଲ୍’ । ‘ଇଣ୍ଡିଆନ୍ ଆଇଡଲ୍’ ଏହାର ସିଜିନ୍  ୧୪’ ଆଣିବାକୁ ଯାଉଥିବାବେଳେ, ଏହି ସୋ’ କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଖୁବ୍‌ ଶୀଘ୍ର ସୋନି ଟିଭି ଏହି ସୋ ଆରମ୍ଭ କରିବାକୁୁ ଯାଉଛି । ଏହି ସୋ ର ଅନେକ ସିଜିନ୍‌ ଯାଇସାରିଛି । ପ୍ରାୟତଃ ଏହି ସୋ ରେ ନେହା କକ୍କର ଏବଂ ହିମେଶ ରେଶମିୟା ଜଜ୍‌ କରନ୍ତି । ହେଲେ ଏଥର ସୋ ରେ ଜଜ୍‌ ରୁ ଆରମ୍ଭ କରି ହୋଷ୍ଟ ସଭିଏଁ ବଦଳିବେ ।

ନେହା କକ୍କର ଏବଂ ହିମେଶ ରେଶମିୟା ଆଉ ‘ଇଣ୍ଡିଆନ ଆଇଡଲ ସିଜିନ ୧୪’ ର ଅଂଶ ଗ୍ରହଣ କରିବେନାହିଁ । ଏହି ଦୁଇ ଜଣଙ୍କ ବଦଳରେ କୁମାର ସାନୁ ଏବଂ ଶ୍ରେୟା ଘୋଷାଲ ଏହି ସୋ କୁ ଜଜ୍‌ କରିବେ । ଏହା ସହିତ ଏହି ସୋ ର ନୂଆ ହୋଷ୍ଟ ମଧ୍ୟ ସାମ୍ନା କୁ ଆସିଛନ୍ତି । ତେବେ ଏହି ସିଜିନ୍‌ ରେ ହିମେଶ ରେଶମିୟା, ନେହା କକ୍କର ଓ ଆଦିତ୍ୟ ନାରାୟଣ  ନଜର ଆସିବେ ନାହିଁ ।

ଏହି ସିଜିନ୍‌ ରେ ନେହା କକ୍କର ଏବଂ ହିମେଶ ରେଶମିୟାଙ୍କ ବଦଳରେ କୁମାର ସାନୁ ଓ ଶ୍ରେୟା ଘୋଷାଲ ଜଜ୍‌ କରିବେ । ଆଦିତ୍ୟ ନାରାୟଣଙ୍କ ବଦଳରେ ହୁସେନ୍‌ କୁଭର୍ଜାଲା ହୋଷ୍ଟ କରିବେ । ହୁସେନ୍‌ କୁଭର୍ଜାଲାଙ୍କୁ ପୁରା ଆଠ ବର୍ଷ ପରେ ‘ଇଣ୍ଡିଆନ୍ ଆଇଡଲ୍’ ରେ ପୁଣି ଥରେ ନଜର ଆସିବାକୁ ଯାଉଛନ୍ତି ।

judge

ସୋନି ଟିଭି ଜଜ୍‌ଙ୍କର ନୂଆ ପ୍ୟାନେଲ ଘୋଷଣା କରି ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ କମେଣ୍ଟ କରି ଦର୍ଶକ କୁମାର ସାନୁ ଓ ଶ୍ରେୟା ଘୋଷାଲଙ୍କୁ ସ୍ୱାଗତ କରିଛନ୍ତି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ‘ଆମାଜିଙ୍ଗ୍.. ଶ୍ରେୟା ଘୋଷାଲ ଇଜ୍‌ ବ୍ୟାକ୍’, ଅନ୍ୟ ଜଣେ ଲେଖିଛନ୍ତି ଏହି ଲିଷ୍ଟ ଦେଖି ଖୁସି ଲାଗିଲା । ତେବେ ଏହି ପରି ଅନେକ ଦର୍ଶକ ତାଙ୍କ ଖୁସି ପ୍ରକାଶ କରିଛନ୍ତି ।

ତେବେ ‘ଇଣ୍ଡିଆନ ଆଇଡଲ ସିଜିନ୍‌ ୧୪’ ରେ ନରହିବାର କାରଣ ବିଷୟରେ ହିମେଶ ରେଶମିୟାଙ୍କୁ ପଚାରିବାରୁ ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ‘ସା ରେ ଗା ମା ପା’ ସୋ’ରେ ଜଜ୍‌ ହେବେ ସେଥିପାଇଁ ‘ଇଣ୍ଡିଆନ ଆଇଡଲ’ ରେ ଅଂଶ ଗ୍ରହଣ କରିପାରିବେ ନାହିଁ । ସେହିପରି ନେହା କକ୍କର ଓ ଆଦିତ୍ୟ ନାରାୟଣ ମଧ୍ୟ ‘ସା ରେ ଗା ମା ପା’ ରେ ଅଂଶ ଗ୍ରହଣ କରିବେ । ଯେଉଁଥିପାଇଁ ସେମାନେ ମଧ୍ୟ ‘ଇଣ୍ଡିଆନ ଆଇଡଲ ୧୪’ ରେ ରହିପାରିବେ ନାହିଁ ।