WWE ସୁପରଷ୍ଟାର ବ୍ରେ ଓ୍ଵାଏଟଙ୍କ ପରଲୋକ, ୩୬ ବର୍ଷ ବୟସରେ ଦୁନିଆକୁ ଦେଲେ ବିଦାୟ

କରୋନା ହେବା ପରେ ସେ ହୃଦୟ ଜନିତ ରୋଗରେ ପିଡ଼ିତ ଥିଲେ । ପାଖାପାଖି ବର୍ଷେ ହେବ ଏହି ହୃଦୟ ଜନିତ ରୋଗରେ ପଡ଼ି ସଂଗ୍ରାମ କରୁଥିଲେ । ଶେଷରେ ହାରମାନି ସମସ୍ତ ପ୍ରିୟଜନଙ୍କୁ ବିଦାୟ ଦେଇଛନ୍ତି ଓ୍ଵାଏଟ । ମାତ୍ର ୩୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

WWE ରେ ବ୍ରେ ଓ୍ଵାଏଟ ବା ଦ ଫିଣ୍ଡ ନାମରେ ରେସିଲିଙ୍ଗ କରୁଥିବା ଓ୍ଵିଣ୍ଡହ୍ୟାମ ରୋଟୁଣ୍ଡାଙ୍କ ପରଲୋକ ହୋଇଯାଇଛି । ମାତ୍ର ୩୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଓ୍ଵାଏଟ କିଛି ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିଲେ । କିନ୍ତୁ ଏହି ଘଟଣା ପୂର୍ବରୁ ପ୍ରକାଶ କରାଯାଇ ନଥିଲା । ଅସୁସ୍ଥତା କାରଣରୁ ସେ ରିଙ୍ଗ ଓ ଟେଲିଭିଜନ ଠାରୁ ଦୂରେଇ ରହିଥିଲେ । ହେଲେ ହଠାତ ପରିବାର ଲୋକ ତାଙ୍କ ଦେହାନ୍ତ ଖବର ପ୍ରକାଶ କରିଛନ୍ତି । ରୋଟୁଣ୍ଡା ଜଣେ ତୃତୀୟ ପିଢ଼ିର ରେସଲର ଥିଲେ । ସେ ମାଇକ୍‌ ରୋଟୁଣ୍ଡାଙ୍କ ପୁଅ ଏବଂ ବ୍ଲାକଜ୍ୟାକ ମୁଲିଗନଙ୍କ ନାତି ଥିଲେ । WWE ରେ ସେ ଓ୍ଵାଏଟ ପରିବାରର ଲିଡର ଭାବେ ସ୍ଥାନ ପାଇଥିଲେ । ସୂଚନା ଅନୁସାରେ ତାଙ୍କୁ କରୋନା ହେବା ପରେ ସେ ହୃଦୟ ଜନିତ ରୋଗରେ ପୀଡ଼ିତ ଥିଲେ । ପାଖାପାଖି ବର୍ଷେ ହେବ ଏହି ହୃଦୟ ଜନିତ ରୋଗରେ ପଡ଼ି ସଂଗ୍ରାମ କରୁଥିଲେ । ଶେଷରେ ହାରମାନି ସମସ୍ତ ପ୍ରିୟଜନଙ୍କୁ ବିଦାୟ ଦେଇଛନ୍ତି ଓ୍ଵାଏଟ ।

ବ୍ରେ ଓ୍ଵାଏଟଙ୍କ ମୃତ୍ୟୁକୁ ନେଇ ଟ୍ରିପଲ ଏଚ ଟ୍ଵିଟ କରି ଲେଖିଛନ୍ତି ଯେ, WWE ହଲ ଅଫ ଫେମର ମାଇକ ରୋଟୁଣ୍ଡା ଆମକୁ ଏହି ଦୁଃଖଦ ଖବର ଜଣାଇଛନ୍ତି । WWE ପରିବାରର ଜଣେ ଆଜୀବନ ସଦସ୍ୟ ଓ୍ଵିଣ୍ଡହ୍ୟାମ ରୋଟୁଣ୍ଡା, ଯିଏ ବ୍ରେ ଓ୍ଵାଏଟ ନାମରେ ମଧ୍ୟ ଜଣାଶୁଣା, ତାଙ୍କର ହଠାତ ଦେହାନ୍ତ ହୋଇଯାଇଛି । ଆମେ ତାଙ୍କ ପରିବାରକୁ ସମବେଦନା ଜଣାଉଛୁ । ଏପରି କିଛି ଲେଖିଥିଲେ ଟ୍ରିିପଲ ଏଚ୍‌ ।

ତେବେ ବ୍ରେ ୱାଏଟଙ୍କ କ୍ୟାରିଅର୍ କିପରି ଥିଲା ଆସନ୍ତୁ ଜାଣିବା । ବ୍ରେ ୱାଏଟ୍ ଦୁଇଥର WWE ୟୁନିଭର୍ସାଲ୍ ଚାମ୍ପିଅନ୍ ଏବଂ ଥରେ WWE ଚାମ୍ପିଅନ୍ ହୋଇଛନ୍ତି । ସେ ମ୍ୟାଟ୍ ହାର୍ଡିଙ୍କ ସହ ଥରେ WWE ‘ର’ ଟ୍ୟାଗ୍ ଟିମ୍ ଚାମ୍ପିଅନସିପ୍ ମଧ୍ୟ ଜିତିଛନ୍ତି । ଏଥି ସହିତ, ୨୦୧୯ରେ ୱାଏଟଙ୍କୁ  ‘WWE ମେଲ୍‌ ରେସଲର ଅଫ ଦ ଇୟର’ ଭାବରେ ବଛା ଯାଇଥିଲା ।

ରୋଟୁଣ୍ଡା ଏବଂ ତାଙ୍କର ପୂର୍ବ ପତ୍ନୀ ସାମନ୍ଥା ୨୦୧୨ରେ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ଅଛନ୍ତି। ୨୦୧୭ରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଏହି ସମୟରେ, ରୋଟୁଣ୍ଡା ଏବଂ WWE ରିଙ୍ଗ ଆନାଉନ୍ସର ଜୋଜୋ ଏକାଠି ଥିବା ଜଣାପଡିଥିଲା । ଗତ ବର୍ଷ ଜୋଜୋ ଏବଂ ରୋଟୁଣ୍ଡାଙ୍କ ନିର୍ବନ୍ଧ ହୋଇଥିଲା । ରୋଟୁଣ୍ଡାଙ୍କ ଦେହାନ୍ତରେ WWE ଜଗତରେ ଶୋକର ଛାୟା ବାଦଲ ଖେଳିଯାଇଛି । ତାଙ୍କର ଏପରି ପରଲୋକକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ତାଙ୍କର ପଂଶସକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.