ନୂଆପଡ଼ାରେ ପୁଣି ଲାଲ ତାଣ୍ଡବ: ବିଟ୍ ହାଉସ୍ ଉଡାଇବା ସହ ଜେସିବି ମେସିନ୍ ଜାଳି ଦେଲେ

ନୂଆପଡା ଜିଲ୍ଲାରେ ଲାଲ ତାଣ୍ଡବ। ନୂଆପଡା ସଦର ଥାନା ଅନ୍ତର୍ଗତ ଗୋଲାବନ୍ଧ ଗାଁରେ ମାଓବାଦୀମାନେ ଫରେଷ୍ଟ ବିଟ ହାଉସ ଉଡାଇବା ସହ ଏକ ଜେସିବି ମେସିନକୁ ପୋଡିଦେଇଛନ୍ତି। ଘଟଣାସ୍ଥଳରେ ମେନପୁ - ନୂଆପଡା ଡିଭିଜନ ମାଓ ସଂଗଠନ ପକ୍ଷରୁ ପୋଷ୍ଟର ମରାଯାଇଛି।

ନୂଆପଡ଼ା (କେନ୍ୟୁଜ): ନୂଆପଡା ଜିଲ୍ଲାରେ ଲାଲ ତାଣ୍ଡବ। ନୂଆପଡା ସଦର ଥାନା ଅନ୍ତର୍ଗତ ଗୋଲାବନ୍ଧ ଗାଁରେ ମାଓବାଦୀମାନେ ଫରେଷ୍ଟ ବିଟ ହାଉସ ଉଡାଇବା ସହ ଏକ ଜେସିବି ମେସିନକୁ ପୋଡିଦେଇଛନ୍ତି। ଘଟଣାସ୍ଥଳରେ ମେନପୁ – ନୂଆପଡା ଡିଭିଜନ ମାଓ ସଂଗଠନ ପକ୍ଷରୁ ପୋଷ୍ଟର ମରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ କେରମେରି ପଞ୍ଚାୟତର ଗୋଳାବନ୍ଧ ନାକାପଡ଼ାରେ ବିଟ୍ ହାଉସ ଉପରକୁ ବୋମାମାଡ଼ କରିଥିଲେ। ଫଳରେ ବିଟ୍ ହାଉସ୍ ସଂପୂର୍ଣ୍ଣ ଜଳିଯାଇଥିଲା। ଏହାପରେ ସେ‌ମାନେ ଜେସିବି ମେସିନ୍ ଜାଳି ଦେଇଥିଲେ। ତାପରେ ମାଓବାଦୀମାନେ ଲ‌ାଲେଶ୍ବର ପାଣ୍ଡେଙ୍କ ଘରେ ସରକାର ବିରୋଧୀ ୮ଟି ଲାଲ୍ ବ୍ୟାନର୍ ଲଗାଇ ଚାଲିଯାଇଥିଲେ। ଏପରି ଘଟଣାକୁ ନେଇ ସଂମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।