କରୋନା: ଗମ୍ଭୀର ପରିସ୍ଥିତିରେ ନିଜ ଡ୍ୟୁଟି ସମ୍ଭାଳୁଥିବା ଲୋକଙ୍କୁ ସ୍ୱତନ୍ତ୍ର ସମ୍ମାନ ଜଣାଇଲେ ଏହି ଅଭିନେତ୍ରୀ, ପିଆନୋ ବଜାଇ ଗାଇଲେ ସୁମଧୁର ଗୀତ, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ଭାରତରେ ଅନେକ ରୋଗୀ କରୋନା କବଳରେ । ଏହି ସଂକ୍ରମଣକୁ ରୋକିବା ଏବଂ ରୋଗୀ ଚିକିତ୍ସା ପାଇଁ ନିଜ ଜୀବନକୁ ବାଜି ଲଗାଇ ବହୁତ ଲୋକ ଡ୍ୟୁଟି ମଧ୍ୟ କରୁଛନ୍ତି । ଏ ସମସ୍ତ ଲୋକଙ୍କୁ ସମବେଦନା ତଥା ସମ୍ମାନ ଜଣାଇଛନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିସ । ଶନିବାର ଜ୍ୟାକଲିନ ସେମାନଙ୍କୁ ସ୍ପେଶାଲ ଟ୍ରିବ୍ୟୁଟ ଜଣାଇ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ସେହି ଲୋକମାନଙ୍କୁ ପ୍ରଶଂସା କରିଛନ୍ତି, ଯେଉଁମାନେ ଏଭଳି ଗମ୍ଭୀର ପରିସ୍ଥିତିରେ ନିଜ ଡ୍ୟୁଟିକୁ ଛାଡି ନାହାନ୍ତି । ଏହାସହ ଫ୍ୟାନମାନଙ୍କୁ ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।
View this post on Instagram
ଭିଡିଓରେ ଜ୍ୟାକଲିନ ନିଜେ ପିଆନୋ ବଜାଇ ଗୀତ ଗାଉଥିବା ନଜର ଆସୁଛନ୍ତି । ସେ କହୁଛନ୍ତି, ଏବେ ସେ ଘରେ ନିଜ ବିଲେଇ ସହ ଏକୁଟିଆ ଅଛନ୍ତି ଏବଂ ସମସ୍ତକୁ ବହୁତ ମନେ ପକାଉଛନ୍ତି । ଏଥିସହିତ ଲୋକଙ୍କୁ ସଫା ସୁତରା ରହିବାକୁ ଏବଂ ସବୁ ଜରୁରୀ ନିୟମକୁ ପାଳନ କରିବାକୁ କହୁଛନ୍ତି ।