ଫିଲ୍ମ ଜବାନର ପ୍ରଥମ ଗୀତ ରିଲିଜ, ସାଉଥ ଷ୍ଟାଇଲରେ ନାଚିଲେ ଶାହରୁଖ

ଶାହରୁଖଙ୍କ ଫିଲ୍ମ ଜବାନର ପ୍ରଥମ ଗୀତ ରିଲିଜ ହୋଇଛି । ‘ଜିନ୍ଦା ବନ୍ଦା ହୈ’ ଗୀତରେ ଶାହରୁଖ ସାଉଥ ଷ୍ଟାଇଲରେ ଡ୍ୟାନ୍ସ କରୁଛନ୍ତି । ଶାହରୁଖ ନିଜ ଇନଷ୍ଟାଗ୍ରାମରେ ଗୀତ ସେୟାର କରିଛନ୍ତି ।

ଶାହରୁଖ ଖାନଙ୍କ ଫ୍ୟାନ୍ସଙ୍କୁ ଖାସ୍‌ ଉପହାର ଦେଇଛନ୍ତି । କିଙ୍ଗ ଖାନ ବହୁ ପ୍ରତିକ୍ଷୀତ ଫିଲ୍ମ ଜବାନର ପ୍ରଥମ ଗୀତ ରିଲିଜ ହୋଇଛି । ଜବାନର ଗୀତ ‘ଜିନ୍ଦା ବନ୍ଦା ହୈ’ ରିଲିଜ ହୋଇଛି । ଏହା କେବଳ ହିନ୍ଦୀ ନୁହେଁ ବରଂ ତାମିଲ, ତେଲୁଗୁ ଭର୍ସନ ମଧ୍ୟ ରିଲିଜ ହେବ । ଏହି ଗୀତ ରିଲିଜ ହେବା ପରେ ଶାହରୁଖଙ୍କ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଛନ୍ତି । ଶାହରୁଖ ନିଜ ଇନଷ୍ଟାଗ୍ରାମରେ ଗୀତ ସେୟାର କରିଛନ୍ତି ।

ଗୀତରେ ଶାହରୁଖଙ୍କ ଭିନ୍ନ ଲୁକ୍‌ ଦେଖିବାକୁ ମିଳିଛି । ସାଉଥ ନିର୍ଦ୍ଦେଶକ ଏଟଲୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମରେ ଶାହରୁଖଙ୍କ ଫୁଲ ଆକ୍ସନ ଅବତାର ଦେଖିବାକୁ ମିଳିବ । ଆକ୍ସନ ଛଡା ତାଙ୍କ କ୍ୟାରିଅର ସବୁଠାରୁ ଅଲଗା ଚରିତ୍ର ରହିଛି । କିଙ୍ଗ ଖାନ୍‌ ଆରମ୍ଭ ଯେଉଁଭଳି ଡର ଏବଂ ବାଜିଗରରେ ନଜର ଆସିଥିଲେ, ସେହିପରି ଏହି ଫିଲ୍ମରେ ନଜର ଆସିପାରନ୍ତି । ହେଲେ ଏପର୍ଯ୍ୟନ୍ତ କିଛି ସଠିକ୍‌ ଜଣାପଡିନାହିଁ ।

 

View this post on Instagram

 

A post shared by Shah Rukh Khan (@iamsrk)

ଏହି ଫିଲ୍ମରେ ଶାହରୁଖ ଖାନ ଛଡା ସାଉଥ ଷ୍ଟାର ନୟନତାରା, ବିଜୟ ସେତୁପତି, ସାନ୍ୟା ମଲହୋତ୍ରା, ପ୍ରିୟାମଣି, ଯୋଗୀ ବାବୁ ସାମିଲ ରହିଛନ୍ତି । ଏହି ଫିଲ୍ମରେ ସାଉଥ ଷ୍ଟାର ଏବଂ ବଲିଉଡ ଷ୍ଟାରଙ୍କ ଜବରଦସ୍ତ କମ୍ବୋ ରହିଛି । ଏହି ଫିଲ୍ମରେ ନୟନତାରା ମା’ ହେବା ପରେ ପରଦାକୁ ଫେରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.