Below header

ସତ ହେଲା ୧୦ ବର୍ଷର ପୁରୁଣା ସ୍ୱପ୍ନ, ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ୍‌’ ଫିଲ୍ମରେ ଆୟୁଷ୍ମାନଙ୍କ ଲଭର୍‌ ସାଜିଲେ ଜିତେନ୍ଦ୍ର

୧୦ ବର୍ଷ ଭିତରେ କେତେ କ’ଣ ବଦଳି ଯାଇପାରେ। ଏଠାରେ ଆକ୍ଟର ଜିତେନ୍ଦ୍ର କୁମାରଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ପୋଷ୍ଟରୁ ଏହା ଜଣାପଡ଼ିଛି। ଜିତେନ୍ଦ୍ର କୁମାର ବର୍ତ୍ତମାନ ଫିଲ୍ମ ‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ୍‌’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ସେ ଆୟୁଷ୍ମାନ ଖୁରାନାଙ୍କ ଲଭର୍‌ ଚରିତ୍ର ପ୍ଲେ କରୁଛନ୍ତି।

a31

୧୦ ବର୍ଷ ପୂର୍ବେ

୧୦ ବର୍ଷ ପୂର୍ବରୁ ଜିତେନ୍ଦ୍ର ଆୟୁଷ୍ମାନଙ୍କୁ ଆଇଆଇଟି ଖଡ଼ଗପୁରରେ ଭେଟିଥିଲେ। ସେତେବେଳେ ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ଯେ ଦିନେ ତାଙ୍କୁ ଆୟୁଷ୍ମାନଙ୍କ ସହିତ ଫିଲ୍ମରେ କାମ କରିବାର ସୁଯୋଗ ମିଳିବ। ଏ ନେଇ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସେ ଆୟୁଷ୍ମାନଙ୍କ ସହ କଲେଜ ବେଳେ ଉଠାଇଥିବା ଫଟୋ ଏବଂ ବର୍ତ୍ତମାନର ଫଟୋକୁ କୋଲାଜ କରି ପୋଷ୍ଟ କରିଛନ୍ତି। ଫଟୋ ସହିତ ସେ କ୍ୟାପସନ ଲେଖିଛନ୍ତି ଯେ ‘୧୦ ବର୍ଷରେ କ’ଣ ନ ବଦଳିଛି? ୟା…କିଛି ବଦଳିଛି କି? ବୋଧ ହୁଏ ଫୋନ୍‌ କ୍ୟାମେରାର ମେଗାପିକ୍ସଲ୍ସ’।

aaa

ଖଡ଼ଗପୁର ଆଇଆଇଟିରେ ପଢ଼ୁଥିଲେ ଜିତେନ୍ଦ୍ର

ଖଡ଼ଗପୁର ଆଇଆଇଟିରେ ପଢ଼ୁଥିବା ବେଳେ ଜିତେନ୍ଦ୍ରଙ୍କର ଆୟୁଷ୍ମାନଙ୍କ ସହିତ ଭେଟ ହୋଇଥିଲା। ସେହି ସମୟରେ ଆୟୁଷ୍ମାନ ପପୁଲାର୍‌ ହୋଇସାରିଥିଲେ। ୨୦୦୪ରେ ‘ରୋଡିଜ୍‌’ ଜିତିବା ପରେ ଯେ କେହି ତାଙ୍କର ପ୍ରଶଂସକ ବନିଯାଇଥିଲେ। ଜିତେନ୍ଦ୍ର ସେତେବେଳେ ଆୟୁଷ୍ମାନଙ୍କର ବହୁତ ବଡ଼ ଫ୍ୟାନ୍‌ ଥିଲେ। ସେ ନିଜ କ୍ୟାରିୟର ଏକ େଓ୍ଵବ୍‌ ସିରିଜ୍‌ରୁ ଆରମ୍ଭ କରିଥିଲେ।

କହି ରଖୁଛୁ, ଆସନ୍ତା ଫେବୃୟାରୀ ୨୧ରେ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ୍‌’ ରିଲିଜ୍‌ ହେବ। ଏଥିରେ ଜିତେନ୍ଦ୍ର ଓ ଆୟୁଷ୍ମାନଙ୍କ ଛଡ଼ା ଗଜରାଜ ରାଓ, ନୀନା ଗୁପ୍ତା, ପଙ୍କଜ ଅବସ୍ତି, ଭୂମି ପେଡନେକର ମଧ୍ୟ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.