ଜନ ଆବ୍ରାହମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌, ହ୍ୟାକର୍ସ ଡିଲିଟ୍‌ କଲେ ସମସ୍ତ ପୋଷ୍ଟ

ବଲିଉଡ ଅଭିନେତା ଜନ ଆବ୍ରାହମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ କରି ନେଇଛନ୍ତି ହ୍ୟାକର୍ସ। ଜନଙ୍କ ଆକାଉଣ୍ଟ ହ୍ୟାକ୍‌ କରିବା ପରେ ହ୍ୟାର୍କ୍ସ ତାଙ୍କ ଡିପି ସହିତ ସୋସିଆଲ ମିଡିଆରୁ ସମସ୍ତ ପୋଷ୍ଟ ଡିଲିଟ୍‌ କରିଦେଇଛନ୍ତି। ଜନଙ୍କ ଫ୍ୟାନ ଏଥିପାଇଁ ବହୁତ ନିରାଶ ହୋଛନ୍ତି। ଜନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପାଖାପାଖି ୯.୩ ମିଲିଅନ ଫଲୋୟର୍ସ ରହିଥିଲେ।

ନିକଟରେ ଜନଙ୍କ ଫିଲ୍ମ ‘ସତ୍ୟମେବ ଜୟତେ ୨’ ରିଲିଜ ହୋଇଥିଲା। ଯେଉଁଥିରେ ଜନଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଥିଲା। ଫିଲ୍ମରେ ନୋରାଙ୍କ ଗୀତ ‘କୁସୁ କୁସୁ’ ଗୀତ ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ବେଶ୍‌ କିଛି ଆୟ କରିପାରିନଥିଲା। ଆଉ ଫ୍ୟାନ୍ସ ଏହାକୁ ନେଇ ମଧ୍ୟ ବେଶ୍‌ ଦୁଃଖିତ ରହିଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଆହତ ହୋଇଥିଲେ। ତାଙ୍କ ଡାହାଣ ହାତ ପାପୁଲିରେ ଆଘାତ ଲାଗିଥିଲା। ଜନଙ୍କ ସହିତ ଏହି ଫିଲ୍ମରେ ଦିବ୍ୟା ଖୋସଲା ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଦିବ୍ୟାଙ୍କ ସହିତ ଜନଙ୍କ ଏହା ପ୍ରଥମ ଫିଲ୍ମ ରହିଥିଲା।

john

ସୂଚନାଯୋଗ୍ୟ, ଜନଙ୍କ ଫିଲ୍ମ ‘ସତ୍ୟମେବ ଜୟତେ ୨’ ସମୟରେ ସଲମାନଙ୍କ ଫିଲ୍ମ ‘ଅନ୍ତିମ’ ରିଲିଜ ହୋଇଥିଲା। ତେଣୁ ବକ୍ସ ଅଫିସରେ ଜନଙ୍କ ଫିଲ୍ମ ଉପରେ ବେଶ୍‌ କିଛି ପ୍ରଭାବ ପଡିଥିଲା। ଫିଲ୍ମ ଅନ୍ତିମକୁ ଭଲ ରେସପନ୍ସ ମିଳିଥିଲା। ଫିଲ୍ମ ଅନ୍ତିମରେ ଆୟୁଷ ଶର୍ମା ଏବଂ ମହିମା ମକଓ୍ଵାନ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.