ସ୍ୱାମୀଙ୍କ ସହ ରୋମାନ୍ସକୁ ରେକର୍ଡ କରୁ କରୁ ଭୁଲରେ ହୋଇଗଲା ଫେସବୁକ ଲାଇଭ୍, ବାପା ବି ଦେଖିଲେ ଭିଡିଓ

ସ୍ୱାମୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିବା ପଡ଼ିଲା ମହଙ୍ଗା। ଭିଡିଓ ଫୋନରେ ରେକର୍ଡ ହେବ କଣ ଫେସବୁକରେ ହୋଇଗଲା ଲାଇଭ। ଫଳରେ ସ୍ୱାମୀଙ୍କ ସହ ରୋମାନ୍ସ ପୂରା ଫେସବୁକ ୟୁଜର୍ସ ଦେଖିଲେ। ଏଭଳି ମାମଲା ସାମ୍ନାକୁ ଆସିଛି ଆମେରିକାରେ। ଏଠାରେ ଜଣେ ମହିଳା ସ୍ୱାମୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତକୁ ମୋବାଇଲ କ୍ୟାମେରାରେ ରେକର୍ଡ କରୁଥିଲେ। କିନ୍ତୁ ଭୁଲରେ ତାହା ଫେସବୁକରେ ଲାଇଭ ହୋଇଯାଇଥିଲା।

ମହିଳା ଜଣକ ନିଜର ଏହି ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ବିଷୟରେ ମହିଳା ଟିକଟକରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି। ମହିଳା କହିଛନ୍ତି, ମୁଁ ସେହି ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିବାକୁ ଚାହୁଁଥିଲି। କିନ୍ତୁ ଜାଣିନି କେମିତି ଫେସବୁକ ଲାଇଭ ହୋଇଗଲା। ଏହି ଲାଇଭକୁ ୪୬ ଜଣ ଦେଖିଥିଲେ। ସେଥି ମଧ୍ୟରୁ ଜଣେ ମହିଳାଙ୍କ ବାପା ମଧ୍ୟ ଥିଲେ।

facebook live

ସେ ଏ ନେଇ ଜାଣିବା ପରେ ସପ୍ତାହେ ଯାଏଁ ଲାଜରେ ଘରୁ ବାହାରି ପାରିନଥିବା ଭିଡିଓ ଜରିଆରେ କହିଛନ୍ତି। ତାଙ୍କ କହିବାନୁସାରେ, ସେ ଫୋନକୁ ଲକ୍ ନ କରି ରଖି ଦେଇଥିଲେ ଓ ରୋମାନ୍ସ କରିବା ଆରମ୍ଭ କରିଥିଲେ। ଫଳରେ ଫେସବୁକରେ ଲାଇଭ ହୋଇଯାଇଥିଲା। ଏହି ଘଟଣା ପରେ ସେ ଖୁବ ଲଜ୍ଜା ଅନୁଭବ କରୁଥିବା କହିଛନ୍ତି।

ଏହି ଭିଡିଓରେ ଲୋକମାନେ ମଧ୍ୟ ଅନେକ କମେଣ୍ଟ ଦେଇଛନ୍ତି। କିଛି ଲୋକ ଏଭଳି ଆଉ ନ କରିବାକୁ ପରାମର୍ଶ ଦେଇଥିବା ବେଳେ ଆଉ କିଛି ଲୋକ ଏହାକୁ ମୂର୍ଖାମୀ ବୋଲି କହିଛନ୍ତି। ଆଉ କିଛି ୟୁଜର ମହିଳାଙ୍କୁ ସତର୍କ ରହିବାକୁ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.