‘ସତ୍ୟମେବ ଜୟତେ ୨’ରପ୍ରଥମ ପୋଷ୍ଟର ସେୟାର କଲେ ଜନ୍‌, ଛାତିରେ ଦେଖାଇଲେ ତିରଙ୍ଗା

ଜନ ଆବ୍ରାହମଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ସତ୍ୟମେବ ଜୟତେ’ ୨୦୧୮ରେ ରିଲିଜ ହୋଇଥିଲା। ଯାହା ବକ୍ସ ଅଫିସରେ ବେଶ୍‌ ହିଟ୍‌ ହୋଇଥିଲା। ଜନ ଏହି ଫିଲ୍ମର ସିକ୍ୱେଲ‘ ସତ୍ୟମେବ ଜୟତେ ୨’ର ପ୍ରଥମ ପୋଷ୍ଟର ଜନ ସେୟାର କରିଛନ୍ତି। ଏଥିରେ ଜନଙ୍କ ଛାତିରେ ତିରଙ୍ଗା ଥିବାର ନଜର ଆସିଛି।

ସେହି ପୋଷ୍ଟରରେ ଲେଖାଯାଇଛି, ‘ତନ, ମନ, ଧନ ସେ ବଢକର ଜନ, ଗଣ, ମନ’। ଫିଲ୍ମର ନିର୍ଦ୍ଦେଶନା ମିଲାପ ଜାଭେରୀ କରୁଥିବା ବେଳେ ଏହା ଆସନ୍ତାବର୍ଷ ଗାନ୍ଧି ଜୟନ୍ତୀ ଅବସରରେ ରିଲିଜ ହେବ। ଦିବ୍ୟା ଖୋସଲା କୁମାର ଏହି ଫିଲ୍ମ ଜରିଆରେ ଅଭିନୟ ଜଗତକୁ ଫେରିବେ।

544

ଏହା ପୂର୍ବରୁ ମିଲାପ ଜନଙ୍କ ସହିତ ‘ ସତ୍ୟମେବ ଜୟତେ’ ରେ କାମ କରିସାରିଛନ୍ତି। ଏହି ଫିଲ୍ମ ପ୍ରଥମ ଦିନରେ ୨୦ କୋଟିଟଙ୍କା ଆୟ କରିଥିଲା। କିନ୍ତୁ ସିକ୍ୱେଲକୁ ନେଇ ଜନ ଆବ୍ରାହମ ବେଶ ଉତ୍ସାହିତ ରହିଛନ୍ତି। ଫିଲ୍ମକୁ ନେଇ ଜନ୍‌ କହିଛନ୍ତି, ‘ଫିଲ୍ମର କାହାଣୀ ମୋତେ ବହୁତ ପସନ୍ଦ ଆସିଛି। ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଜନ ଆଶା ରଖିଛନ୍ତି। ଫିଲ୍ମର କାହାଣୀ ଏବଂ ଚରିତ୍ରରେ ଦର୍ଶକଙ୍କ ପାଇଁ ଏକ ବାର୍ତ୍ତା ରହିଛି।

ଏହାସହ ପଢନ୍ତୁ ; ପ୍ୟାରିସ ଫ୍ୟାଶନ ଓ୍ଵିକ୍‌ରେ ଦର୍ଶକଙ୍କୁ ଆକୃଷ୍ଟ କଲେ ନୀଳନୟନା ଐଶ, ଝିଅ ଆରାଧ୍ୟା ମଧ୍ୟ ଆସିଲେ ନଜର

ଏହି ଫିଲ୍ମକୁ ଭୂଷଣ କୁମାର, କୃଷ୍ଣ କୁମାର, ମୋନିଷା ଆଡଭାନୀ, ନିଖିଲ ଆଡଭାନୀ, ମଧୁ ଭୋଜବାନୀ ମିଶି ପ୍ରଯୋଜନା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.