ମାତ୍ର 29,999ଟଙ୍କାରେ କିଣନ୍ତୁ Samsung Galaxy S9, ଦେଖନ୍ତୁ ଫ୍ଲିପକାର୍ଟର ଆକର୍ଷଣୀୟ ଅଫର

ଦେଶର ପ୍ରମୁଖ ଇ କମର୍ସ ସାଇଟ ଫ୍ଲିପକାର୍ଟର ବିଗ ବିଲିୟନ ଡେ ସେଲ ଆରମ୍ଭ ହୋଇଛି। ଏହି ସେଲ ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଚାଲିବ। ଗ୍ରାହକଙ୍କୁ ଏହି ସେଲରେ ସମସ୍ତ ଇଲେକ୍ଟ୍ରୋନିକ ପ୍ରଡକ୍ଟ ଉପରେ ବମ୍ପର ଡିସ୍କାଉଣ୍ଟ ସମେତ ଆକର୍ଷକ ଅଫର ମିଳିବ। ଏଥିସହ ଲୋକଙ୍କୁ ସାମସଙ୍ଗ,ପୋକୋ,ଓପ୍ପୋ,ସାଓମିର ସ୍ମାର୍ଟଫୋନ ଉପରେ 50 ପ୍ରତିଶତ ଅଧିକ ରିହାତି ମଧ୍ୟ ଦିଆଯିବ।

ସାମସଙ୍ଗ ଗ୍ୟାଲେକ୍ସି S9ର ପ୍ରକୃତ ଦାମ 62,500 ଟଙ୍କା ଥିବା ବେଳେ ଏହି ସେଲରେ ମାତ୍ର 29,999ଟଙ୍କାରେ ଉପଲବ୍ଧ ହୋଇଛି। ମାତ୍ର S9ର 128 ଏବଂ 256 GB ଷ୍ଟୋରେଜ ଥିବା ଫୋନରେ କୌଣସି ଅଫର ଦିଆଯାଇନାହିଁ। ଏଥିସହ ଗ୍ରାହକଙ୍କୁ କ୍ରେଡିଟ ବା ଡେବିଟ କାର୍ଡରେ କିଣିବା ଉପରେ ନୋ କଷ୍ଟ EMI ଏବଂ କ୍ୟାସବ୍ୟାକ ଭଳି ଅଫର ମଧ୍ୟ ଦିଆଯାଇଛି।

 

Samsung Galaxy S9ର ଫିଚର:

ସାମସଙ୍ଗ ଗ୍ୟାଲେକ୍ସି S9ରେ 6.2ଇଞ୍ଚର କ୍ୱାର୍ଡଏଚଡି ସୁପର ଏମୋଲେଡ଼ ଦିସପ୍ଲେ ରହିଛି। ଯାହାର ଆସପେକ୍ଟ ଅନୁପାତ 18:5:9 ରହିଛି। ସେହିଭଳି ଫୋନରେ 6 GB RAM,64/128/256GB ଷ୍ଟୋରେଜ ଏବଂ 3500mAhର ବ୍ୟାଟେରୀ ଦିଆଯାଇଛି।

ଫୋନରେ ଟିଭି କଣ୍ଟ୍ରୋଲ ବିଜେଟ ମଧ୍ୟ ଦିଆଯାଇଛି ଯାହା ମୋବାଇଲକୁ ଟିଭି ସହ ସଂଯୋଗ କରିରଖିବ। ଥରେ ସ୍ମାର୍ଟଥିଙ୍ଗସ ଆପ ଡାଉନଲୋଡ ହେବା ପରେ ଯେବେ ବି ଉପଭୋକ୍ତା ଟିଭି ପାଖକୁ ଆସିବେ ଆପେଆପେ ଟିଭି ସହ ସମ୍ପର୍କ ସ୍ଥାପନ ପାଇଁ ଫୋନରେ ପପଅପ ହେବ। ଫୋନରେ 12MPର ସୁପରପିକସେଲର ସୁପରସ୍ପିଡ ଡୁଆଲ ରିୟର କ୍ୟାମେରା ଏବଂ 8MPର ଫ୍ରଣ୍ଟ କ୍ୟାମେରା ରହିଛି। ଏଥିସହ ଫୋନରେ ଫିଙ୍ଗରପ୍ରିଣ୍ଟ ସେନ୍ସର, ଆଇରିସ ସ୍କାନର ଏବଂ ଫେସିଆଲ ରିକଗନିସନ ଭଳି ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.