ଭୂକମ୍ପ ଆସିବାରୁ କିଛି ସମୟ ପୂର୍ବରୁ ଜାପାନ ଛାଡିଥିଲେ ଜୁନିଅର ଏନଟିଆର ଏବଂ ପରିବାର, ପୋଷ୍ଟ ସେୟାର କରି ବଖାଣିଲେ ଅନୁଭୂତି
ଜାପାନ ଭୂକମ୍ପକୁ ନେଇ ମୁଁ ଗଭୀର ମର୍ମାହତ । ସେଠିକାର ଲୋକଙ୍କ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି, ଯେଉଁମାନେ ଏଥିରୁ ବଞ୍ଚିଯାଇଛନ୍ତି, ସେମାନଙ୍କ ପାଇଁ ବହୁତ ଖୁସି ।

ଜାପାନରେ ଭୟଙ୍କର ଭୂକମ୍ପ ହେବା ପରେ ମାନସିକ ଭାବେ ଆଘାତ ପାଇଛନ୍ତି ସାଉଥ ଷ୍ଟାର ଜୁନିଅର ଏନଟିଆର । ଜୁନିଅର ଏନଟିଆର ଗତ ସପ୍ତାହରେ ପରିବାର ସହିତ ଜାପାନକୁ ଛୁଟି କାଟିବା ପାଇଁ ଯାଇଥିଲେ । ଆଉ ନୂଆବର୍ଷରେ ଜାପାନରେ ଭୟଙ୍କର ଭୂମିକମ୍ପରେ ସୁବିକିଛି ଛାରଖାର ହୋଇଯାଇଥିଲା । ଲଗାତାର ଝଟକା ଯୋଗୁଁ ଜାପାନରେ ସୁନାମୀ ଆଲର୍ଟ ମଧ୍ୟ ଜାରି କରାଯାଇଥିଲା । ଆଉ ଏବେ ଜାପାନରୁ ଫେରି ଜୁନିଅର ଏନଟିଆର ଏକ୍ସରେ ପୋଷ୍ଟ ସେୟାର କରି ନିଜର ଅନୁଭବ ସେୟାର କରିଛନ୍ତି ।
ସାଉଥ ଷ୍ଟାର ଜୁନିଅର ଏନଟିଆର ଏବଂ ତାଙ୍କ ପରିବାର ସବୁବେଳେ କିଛି ନା କିଛି ସ୍ଥାନକୁ ବୁଲିବାକୁ ଯାଇଥାନ୍ତି । ସେମାନେ ନୂଆବର୍ଷ ପାଳନ କରିବା ପାଇଁ ଏଥର ଜାପାନ ଯାଇଥିଲେ । ଜୁନିଅର ଏନଟିଆର ଏବଂ ପତ୍ନୀ ଲକ୍ଷ୍ମୀ ପ୍ରଣତି ଏବଂ ଦୁଇ ପିଲା ଜାପାନରେ କ୍ରିସମାସ ଏବଂ ନୂଆବର୍ଷ ପାଳନ କରିବାକୁ ଯାଇଥିଲେ । ତେବେ ଭୂକମ୍ପ ହେବାର କିଛି ସମୟ ପୂର୍ବରୁ ସେମାନେ ଜାପାନରୁ ଫେରିଥିଲେ ।
Back home today from Japan and deeply shocked by the earthquakes hitting. Spent the entire last week there, and my heart goes out to everyone affected.
Grateful for the resilience of the people and hoping for a swift recovery. Stay strong, Japan 🇯🇵— Jr NTR (@tarak9999) January 1, 2024
ସେ କହିଛନ୍ତି, ଜାପାନ ଭୂକମ୍ପକୁ ନେଇ ମୁଁ ଗଭୀର ମର୍ମାହତ । ସେଠିକାର ଲୋକଙ୍କ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି, ଯେଉଁମାନେ ଏଥିରୁ ବଞ୍ଚିଯାଇଛନ୍ତି, ସେମାନଙ୍କ ପାଇଁ ବହୁତ ଖୁସି ।
ଜାପାନରେ ୭.୫ ତୀବ୍ରତାର ଭୂକମ୍ପରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି । ଗୋଟିଏ ଦିନରେ ୧୫୫ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।
ଜୁନିଅର ଏନଟିଆର ନିର୍ଦ୍ଦେଶକ କୋରାଟାଲା ଶିବାଙ୍କ ଫିଲ୍ମ ‘ଦେବରା’ ସୁଟିଂରେ ବ୍ୟସ୍ତ ରହିଛନ୍ତି । ଯାହା ୨ଟି ପାର୍ଟରେ ରିଲିଜ ହେବ । ଏହାର ପ୍ରଥମ ଝଲକ ଜାନୁଆର ୮ ତାରିଖରେ ଦେଖିବାକୁ ମିଳିବ । ଆଉ ଦ୍ୱିତୀୟ ପାର୍ଟ ୫ ଏପ୍ରିଲରେ ଦେଖିବାକୁ ହେବ । ଫିଲ୍ମରେ ଜୁନିଅର ଏନଟିଆରଙ୍କ ସହିତ ଜାହ୍ନବୀ କପୁର ଏବଂ ସୈଫ ଅଲ୍ଲୀ ଖାନ ମୁଖ୍ୟ ଭୂମିକାରେ ରହିଛନ୍ତି ।