ଶ୍ରୀରାମଙ୍କ ମାମୁଁଘରୁ ଅଯୋଧ୍ୟା ଆସିବ ୧୦୦ ଟନ୍‌ ପରିବା, ପୂର୍ବରୁ ଛତିଶଗଡ଼ ପଠାଇଥିଲା ୩୦୦ ମେଟ୍ରିକ୍‌ ଟନ୍‌ ବାସ୍ନା ଚାଉଳ

ଛତିଶଗଡ଼ରୁ ଅଯୋଧ୍ୟା ପଠାଯିବ ୧୦୦ ଟନ୍‌ ପରିବା। ୩୦୦ ମେଟ୍ରିକ୍‌ ଟନ୍‌ ବାସ୍ନା ଚାଉଳ ପରେ ଏବେ ପରିବା ପଠାଇବ ଛତିଶଗଡ଼। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ଛତିଶଗଡ଼ରୁ ଅଯୋଧ୍ୟା ପଠାଯିବ ୧୦୦ ଟନ୍‌ ପରିବା। ୩୦୦ ମେଟ୍ରିକ୍‌ ଟନ୍‌ ବାସ୍ନା ଚାଉଳ ପରେ ଏବେ ପରିବା ପଠାଇବ ଛତିଶଗଡ଼। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ସିଏମ୍‌ ଲେଖିଛନ୍ତି, ‘ରାମ କାଜ କରିବେ କୋ ଆତୁର…ଆସନ୍ତା ଜାନୁୟାରୀ ୨୨ରେ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ହେବ। ଏଥିରେ ପ୍ରତ୍ୟେକ ସନାତନୀ ଗର୍ବିତ। ରାମଙ୍କ ପାଇଁ ମୋ ରାଜ୍ୟର କୃଷକମାନେ ମଧ୍ୟ ନିଜ କ୍ଷେତରେ ଫସଲ କରିଥିବା ୧୦୦ ଟନ୍‌ ପରିବା ଯୋଗଦାନ ସ୍ୱରୂପ ପଠାଇବାକୁ ନିର୍ଣ୍ଣୟ ନେଇଛନ୍ତି। ପ୍ରଭୁ ରାମ ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ ଅଛନ୍ତି। ଏମିତିରେ ରାମଚନ୍ଦ୍ରଙ୍କ ମାମୁଁଘରର କୃଷକମାନଙ୍କ ଅଗାଧ ପ୍ରେମ ପ୍ରଶଂସନୀୟ’।

କହି ରଖୁଛୁ, ଗତ ୩୦ ତାରିଖରେ ରାଜଧାନୀ ରାୟପୁରର ଭିଆଇପି ରୋଡ୍‌ସ୍ଥିତ ରାମ ମନ୍ଦିରରେ ଛତିଶଗଡ ରାଇସ୍ ମିଲର୍ସ ଆସୋସିଏସନ ପକ୍ଷରୁ ବାସ୍ନା ଚାଉଳ ଅର୍ପଣ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଯୋଗ ଦେଇଥିଲେ। ଏହି ଅବସରରେ ସିଏମ୍‌ ମନ୍ଦିର ପରିସରରୁ ୩୦୦ ମେଟ୍ରିକ୍ ଟନ୍ ବାସ୍ନା ଚାଉଳ ଭର୍ତ୍ତି ୧୧ଟି ଟ୍ରକକୁ ସବୁଜ ପତାକା ଦେଖାଇ ଅଯୋଧ୍ୟା ଅଭିମୁଖେ ଛାଡ଼ିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.