ବୋରଓ୍ବେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା: ମିଳିଲା ମା’ର ଠିକଣା

ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ବୋରଓ୍ବେଲରୁ ଉଦ୍ଧାର ଶିଶୁକନ୍ୟା କାହାର । ମିଳିଲା ମାଆର ଠିକଣା । ତାଙ୍କୁ ଠାବ କରିଛି ପୋଲିସ । ବୋରୱେଲରୁ ଶିଶୁ କନ୍ୟା ଉଦ୍ଧାର ହେବାର ୨୧ ଦିନ ପରେ ମା'କୁ ଠାବ କରାଯାଇଛି ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ବୋରଓ୍ବେଲରୁ ଉଦ୍ଧାର ଶିଶୁକନ୍ୟା କାହାର ? ମିଳିଲା ମାର ପରିଚୟ ଓ ଠିକଣା । ତାଙ୍କୁ ଠାବ କରିଛି ପୋଲିସ । ବୋରୱେଲରୁ ଶିଶୁ କନ୍ୟା ଉଦ୍ଧାର ହେବାର କିଛି ଦିନ ପରେ ମାଆକୁ ଠାବ କରାଯାଇଥିଲା । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଓ ମାନସିକ ଅବସ୍ଥା ଠିକ ନଥିବାରୁ ଚିକିତ୍ସା ପାଇଁ କଟକ ପଠାଯାଇଛି । ଏହି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ଡିଏନଏ ଟେଷ୍ଟ ପାଇଁ ନମୁନା ପଠାଯାଇଛି ।

ମାଆ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ପଚରାଉଚରା କରାଯିବ । ସେ ବିବାହିତ ଥିଲେ । ଶିଶୁ କନ୍ୟା ତାଙ୍କର ଦ୍ବିତୀୟ ସନ୍ତାନ ଥିଲା । ତେବେ ସେ ନିଜ ନବଜାତ ଝିଅକୁ କାହିଁକି ବୋରୱେଲରେ ଫିଙ୍ଗିଲେ ପଚରାଉଚରା ପରେ ଜଣାପଡ଼ିବ । ଅନ୍ୟପଟେ ଏବେ ଶିଶୁ କନ୍ୟା ବୁର୍ଲା ଭୀମସାରରେ ଚିକିତ୍ସିତ ହେଉଛି । ଗତକାଲି ତାର ଏକୋଇଶିଆ ପାଳନ କରାଯାଇଥିଲା । ଜୀବନ ଯୁଦ୍ଧରେ ବିଜୟୀ ନବଜାତ ଶିଶୁ କନ୍ୟାକୁ ବିଜୟିନୀ ନାମକରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.