Below header

‘ଲାଇଭ୍‌ ଟେଲିକାଷ୍ଟ’ ମାଧ୍ୟମରେ ୱେବ୍‌ ସିରିଜ୍‌ ଜଗତରେ ପାଦ ଥାପିବେ କାଜଲ ଅଗ୍ରଓ୍ଵାଲ, ଦେଖନ୍ତୁ ହରର୍‌ ଟ୍ରେଲର

ଦକ୍ଷିଣ ଭାରତୀୟ ଫିଲ୍ମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଏବେ ୱେବ୍‌‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। କାଜଲ ଅଗ୍ରଓ୍ଵାଲ ଅପକମିଂ ୱେବ୍‌ ସିରିଜ୍‌ ‘ଲାଇଭ ଟେଲିକାଷ୍ଟ’ରେ ନଜର ଆସିବେ। ଶୁକ୍ରବାର ଏହାର ଟ୍ରେଲର ଲଞ୍ଚ୍‌ ହୋଇଛି। ଏହି ୱେବ୍‌ ସିରିଜ୍‌ରେ କାଜଲ ଅଗ୍ରଓ୍ଵାଲ ଜଣେ ଟିଭି ପ୍ରୋଗ୍ରାମର ନିର୍ଦ୍ଦେଶକ ଭୂମିକାରେ ନଜର ଆସିବେ।

Video Courtesy: DisneyPlus Hotstar VIP

ଡିଜ୍‌ନୀ+ ହଟ୍‌ଷ୍ଟାର ଭିଆଇପିର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଏହି ସିରିଜ୍‌ର ଟ୍ରେଲର ଲଞ୍ଚ୍‌ କରାଯାଇଛି। ଏହି ୱେବ୍‌ ସିରିଜ୍‌ରେ କାଜଲ ଅଗ୍ରଓ୍ଵାଲଙ୍କ ସହ ବୈଭବ ରେଡ୍ଡି, କୟାଲ ଆନନ୍ଦୀ, ପ୍ରିୟଙ୍କା, ସେଲ୍‌ବା, ଡାନିଏଲ୍‌ ଏନି ପୋପ୍‌ ଓ ସୁବ୍ଦୁ ପାଞ୍ଚୁ ଅରୁଣାଚଳମ୍‌ଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

ୟୁଟ୍ୟୁବ୍‌ ଚ୍ୟାନେଲରେ ରିଲିଜ୍‌ ହୋଇଥିବା ଟ୍ରେଲର ବେଶ୍‌ ଭୟଙ୍କର ଲାଗୁଛି। ଲୋକମାନେ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି। ଏବେ ଯାଏଁ ଏହାକୁ ୧୧ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ୭ଟି ଏପିସୋଡ୍‌ର ଏହି ହରର ତାମିଲ ୱେବ୍‌ ସିରିଜ୍‌ର ନିର୍ଦ୍ଦେଶନା ଦେଇଛନ୍ତି ଭେଙ୍କେଟ ପ୍ରଭୁ। ଏହାକୁ ୭ଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍‌, ବଙ୍ଗଳା ଓ ମରାଠୀ ଭାଷାରେ ରିଲିଜ୍‌ କରାଯିବ। ୧୨ ଫେବ୍ରୁଆରୀରେ ଏହା ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.