ସାଲେପୁର: କୁଳାଙ୍ଗାର ପୁଅର କଳଙ୍କିତ କାମ, ନିଜ ଝିଅ ସହ ବୃଦ୍ଧା ମା କଥା ହେବାରୁ ପୁଅ ନିସ୍ତୁକ ପିଟିଥିବାର ଆସିଲା ଅଭିଯୋଗ

ସାଲେପୁର(କେନ୍ୟୁଜ୍):  ସାଲେପୁର ଥାନାର ଦ୍ୱାରସ୍ଥ ହେଲେ ଜଣେ ବୃଦ୍ଧା । ଝିଅମାନଙ୍କ ସହ ଫୋନ୍‌ରେ ଟିକେ କଥା ହେବା କାରଣରୁ ନିଜ ଜନ୍ମ କଲା ପୁଅ ବୃଦ୍ଧା ମାଆକୁ ଅମାନୁଷିକ ଭାବେ ବାଡେଇ ଥିବା ଅଭିଯୋଗ ହୋଇଛି। ବୃଦ୍ଧା ମାଆ ଜଣକ ସାଲେପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସାଲେପୁର ଥାନା ଲୁଣାହାର ଗାଁର ହାରାମଣି ବେହେରା ଦୀର୍ଘ ଦଶ ବର୍ଷ ହେବ ନିଜ ଏକ ମାତ୍ର ପୁଅ ହରେକୃଷ୍ଣ ବେହେରାଙ୍କ ପାଖରେ ରହୁଥିଲେ।

salepur 1

ବୃଦ୍ଧା ଜଣଙ୍କୁ ବୋହୂ, ପୁଅ,ନାତି ଓ ନାତୁଣୀ ଶାରୀରିକ ଓ ମାନସିକ ନିଯ୍ୟାତନା ଦେଉଥିବା ଅଭିଯୋଗ ହୋଛି। ଏପରିକି ଜୀବନରୁ ମାରି ଦେବାକୁ ଅନେକ ସମୟରେ ଧମକ ମଧ୍ୟ ମିଳୁଛି ବୋଲି ହାରାମଣି ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସାଲେପୁର ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.