ରଶ୍ମିକା-କ୍ୟାଟ୍ରିନାଙ୍କ ପରେ ଏବେ କାଜୋଲଙ୍କୁ ଟାର୍ଗେଟ୍‌, ଡିପ୍‌ଫେକର ଶିକାର ହେଲେ ଏହି ଅଭିନେତ୍ରୀ

ରଶ୍ମିକା ମନ୍ଦାନା ଓ କ୍ୟାଟ୍ରିନା କୈଫ୍‌ଙ୍କ ପରେ ଏବେ କାଜୋଲ। ନିକଟରେ ବଲିଉଡ୍‌ ଅଭିନେତ୍ରୀ କାଜୋଲ ଡିପ୍‌ଫେକର ଶିକାର ହୋଇଛନ୍ତି। କାଜୋଲ ପ୍ରଥମ ଅଭିନେତ୍ରୀ ନୁହଁନ୍ତି, ଯାହାଙ୍କ ଡିପ୍‌ଫେକ ଭିଡିଓ ଭାଇରାଲ ହୋଇଛି। ତାଙ୍କ ପୂର୍ବରୁ ରଶ୍ମିକା ମନ୍ଦାନା ଓ କ୍ୟାଟ୍ରିନା କୈଫ୍‌ଙ୍କର ମଧ୍ୟ ଏପରି ଭିଡିଓ ଭାଇରାଲ ହୋଇସାରିଛି।

ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ ଭିଡିଓ ମାମଲା ଥମି ନ ଥିବାବେଳେ ଏବେ କାଜୋଲ ମଧ୍ୟ ଏହାର ଶିକାର ହୋଇଛନ୍ତି। ଏହି ବିବାଦ ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ରିପୋର୍ଟ ମୁତାବକ, ଏହାର ମୂଳ ଭିଡିଓକୁ ରୋଜି ବ୍ରିନ ନାମକ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଟିକ୍‌ଟକରେ ସେୟାର କରିଥିଲେ। ସେ ଏହି ଭିଡିଓକୁ Get Ready With Me ଟ୍ରେଣ୍ଡ ଅଧୀନରେ ୨୦୨୩ ଜୁନ୍‌ ୫ରେ ସେୟାର କରିଥିଲେ।

ଡିପ୍‌ଫେକ ଭିଡିଓରେ ରୋଜିଙ୍କ ଚେହେରାକୁ କାଜୋଲଙ୍କ ଚେହେରାରେ ବଦଳାଇ ଦିଆଯାଇଛି। ଭିଡିଓରେ ଦେଖାଯାଉଛି, କାଜୋଲଙ୍କ ମୁହଁ ଲାଗିଥିବା ଯୁବତୀ କ୍ୟାମେରା ଆଗରେ ପୋଷାକ ବଦଳାଉଛନ୍ତି। ତେବେ ଅଭିନେତ୍ରୀମାନଙ୍କ ସହିତ ଏପରି ଘଟୁଥିବାର ଦେଖି ପ୍ରଶଂସକମାନେ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି।

କହି ରଖୁଛୁ, ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ଏକ ଡିପ୍‌ଫେକ ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଅନ୍ୟ ଜଣେ ଯୁବତୀଙ୍କ ମୁହଁ ଉପରେ ରଶ୍ମିକାଙ୍କ ମୁହଁକୁ ମର୍ଫ କରାଯାଇଥିଲା, ଯାହା ପରଠାରୁ ଡିପ୍‌ଫେକ ଭିଡିଓକୁ ନେଇ ସବୁଠି ବିବାଦୀୟ ସ୍ଥିତି ଉପୁଜିଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.