ଭଭରତପୁର ଟ୍ରାଫିକ ଛକରେ ଟ୍ରାଫିକ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲା ଦୁର୍ବୃତ୍ତ
ଭରତପୁର ଟ୍ରାଫିକ ଛକରେ ଟ୍ରାଫିକ ପୋଲିସକୁ ମାଡ଼ । ଜଣେ ଦୁର୍ବୃତ୍ତ ଟ୍ରାଫିକ ପୋଲିସକୁ ଗୋଡ଼ାଇ ଗୋଡାଇ ମାରିଛି । ଏକ ଦୁର୍ଘଟଣାକୁ କେନ୍ଦ୍ର କରି ପୋଲିସକୁ ମାଡ ମାରିଛି ଦୁବୃତ୍ତ । ଆଜି ଅପରାହ୍ଣ ୪.୩୦ ମିନିଟ ସମୟରେ ଘଟିଛି ଅଘଟଣ ।
ଭରତପୁର ଟ୍ରାଫିକ ଛକରେ ଟ୍ରାଫିକ ପୋଲିସକୁ ମାଡ଼ । ଜଣେ ଦୁର୍ବୃତ୍ତ ଟ୍ରାଫିକ ପୋଲିସକୁ ଗୋଡ଼ାଇ ଗୋଡାଇ ମାରିଛି । ଏକ ଦୁର୍ଘଟଣାକୁ କେନ୍ଦ୍ର କରି ପୋଲିସକୁ ମାଡ ମାରିଛି ଦୁବୃତ୍ତ । ଆଜି ଅପରାହ୍ଣ ୪.୩୦ ମିନିଟ ସମୟରେ ଘଟିଛି ଅଘଟଣ । ଏକ ଦୁଘଟଣାକୁ ନେଇ ଟ୍ରାଫିକ ପୋଲିସ ବୁଝାସୁଝା କରୁଥିବା ବେଳେ ଏହି ସମୟରେ ପହଞ୍ଚିଥିଲେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ।
ହଠାତ୍ ଟ୍ରାଫିକ ପୋଲିସକୁ ଆକ୍ରମଣ କରିଥିଲେ । ମାଡ ମାରିବା ସହ ଲହୁଲୁହାଣ କରିଥିଲେ ପୋଲିସଙ୍କୁ । ଦେଖାଣାହାରୀ ଏହାର ଭିଡିଓ କରୁଥିବା ଦେଖାଯାଇଥିଲା । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇ ନାହିଁ । ପୋଲିସ ପହଞ୍ଚି ତଦନ୍ତ କରୁଛି ।