ଜାଣନ୍ତୁ ଭିଟାମିନ୍‌ K ଅଭାବରୁ ଶରୀରରେ କ’ଣ କ୍ଷତି ହୁଏ ଓ ଏହାର ଲକ୍ଷଣ 

ଯଦି ଶରୀରରେ ଭିଟାମିନ୍ K ର ଅଭାବ ଥାଏ, ତେବେ ଆପଣଙ୍କ ଶରୀର ପତଳା ହେବା ପାଇଁ ଅଧିକ ସମୟ ଲାଗିବ ନାହିଁ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ କାହିଁକି ଶରୀରରେ ଭିଟାମିନ୍ କେ ଅଭାବ ହୁଏ ଓ ଏହାର ଲକ୍ଷଣ ଏବଂ ଠିକ୍‌ କରିବା ପାଇଁ ଆପଣଙ୍କୁ କ’ଣ କରିବା ଉଚିତ୍ ।

ସୁସ୍ଥ ରହିବାକୁ ଶରୀରକୁ ସମସ୍ତ ପ୍ରକାର ଭିଟାମିନ୍ ଏବଂ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ । ଯଦି ଶରୀରରେ କୌଣସି ଜିନିଷର ଅଭାବ ଥାଏ, ତେବେ ଆମକୁ ଅନେକ ରୋଗର ସାମ୍ନା କରିବା ପାଇଁ ପଡିଥାଏ । ସେହି ସବୁ ଭିଟାମିନ୍ ମଧ୍ୟରୁ ଗୋଟିଏ ହେଉଛି ଭିଟାମିନ୍ K । ଯଦି ଶରୀରରେ ଭିଟାମିନ୍ K ର ଅଭାବ ଥାଏ, ତେବେ ଆପଣଙ୍କ ଶରୀର ପତଳା ହେବା ପାଇଁ ଅଧିକ ସମୟ ଲାଗିବ ନାହିଁ । ଏହି ଭିଟାମିନ୍ ର ଅଭାବରୁ ଶରୀରରେ ଲାଗିଥିବା ଆଘାତ ମଧ୍ୟ ଶୀଘ୍ର ଭଲ ହୁଏ ନାହିଁ । ଶରୀରରେ ପ୍ରୋଟିନ୍ ପାଇଁ ଭିଟାମିନ୍ ଆବଶ୍ୟକ ହୋଇଥାଏ ।  ଭିଟାମିନ୍ କେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ କାହିଁକି ଶରୀରରେ ଭିଟାମିନ୍ K ଅଭାବ ହୁଏ ଓ ଏହାର ଲକ୍ଷଣ ଏବଂ ଠିକ୍‌ କରିବା ପାଇଁ ଆପଣଙ୍କୁ କ’ଣ କରିବା ଉଚିତ୍ ।
ଭିଟାମିନ୍ K ଅଭାବ ଶରୀରରେ କାହିଁକି ହୁଏ ?
ଭିଟାମିନ୍ K ଯୋଗୁ ଶରୀରରେ ଲାଗିଥିବା ଆଘାତ ରକ୍ତ ଜମାଟ ହୁଏ ନାହିଁ । ତେଣୁ ଆଘାତ ଲାଗିଲେ କ୍ଷତସ୍ଥାନ ଶୀଘ୍ର ଠିକ୍‌ ହୁଏ ନାହିଁ । ଏହା ସହ ଇଞ୍ଜେକ୍ସନ ଦେବା ପରେ ମଧ୍ୟ ରକ୍ତ ବାହାରିବା ବନ୍ଧ ହୁଏ ନାହିଁ ।
ଭିଟାମିନ୍ K ଅଭାବ ହେବାର ଲକ୍ଷଣ :
ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ଅତ୍ୟଧିକ ରକ୍ତ ବାହାରିଥାଏ । ଆଘାତ ଭଲ ହେବା ପାଇଁ ଅଧିକ ସମୟ ନେଇଥାଏ । ଦାନ୍ତରୁ ଅଧିକ ରକ୍ତ ବାହାରି ଥାଏ । ନାକରୁ ବାରମ୍ବାର ରକ୍ତ ବାହାରିିଥାଏ । ଇଞ୍ଜେକ୍ସନ ନେବା ପରେ ମଧ୍ୟ ରକ୍ତ ବାହାରିବା ବନ୍ଧ ହୁଏ ନାହିଁ । ପିରିୟଡସ୍‌ ସମୟରେ ଅତ୍ୟଧିକ ରକ୍ତସ୍ରାବ ହୋଇଥାଏ । ମୁହଁର ରଙ୍ଗ ବଦଳିବାକୁ ଆରମ୍ଭ ହୋଇଥାଏ ।
ଏହି ଜିନିଷ ଖାଇବା ଦ୍ୱାରା ଶରୀରରେ ଭିଟାମିନ୍‌ K ର ଅଭାବ ଦୂର ହୋଇପାରିବ : 
ପାଳଙ୍ଗ ଶାଗ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୋଇଥାଏ । ଦୃଷ୍ଟି ଶକ୍ତି ତୀକ୍ଷ୍ଣ ହୋଇଥାଏ  । ଏହା ସହ ଭିଟାମିନ୍ ଏ ଏବଂ ସି ଭଳି ଆଣ୍ଟିଅକ୍ସିଡାଣ୍ଟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ ।
କୋବି, ବ୍ରୋକୋଲି, ବିନ୍ସ, ମେଥି ପତ୍ର ପରି ଶାଗ ଓ ପତ୍ରଯୁକ୍ତ ପନିପରିବାରେ ପୋଟାସିୟମ୍ ମିଳିଥାଏ, ଯାହା ଭିଟାମିନ୍‌ K ର ଅଭାବକୁ ପୂରା କରିବାରେ ସାହାର୍ଯ୍ୟ କରିଥାଏ । ଏହା ସହ ଭିଟାମିନ୍ K ର ଅଭାବକୁ ଦୂର କରିବା ପାଇଁ ଆପଣ ଡାଳିମ୍ବ, ଅମୃତଭଣ୍ଡା ଆପଲ୍ ମଧ୍ୟ ଖାଇପାରିବେ ।
ଆପଣଙ୍କ ଖାଦ୍ୟରେ କ୍ଷୀର ଜାତିୟ ଖାଦ୍ୟ ମଧ୍ୟ ସାମିଲ କରିପାରିବେ । ଯେପରି କ୍ଷୀର, ଦହି, ପନିର ଏବଂ ବଟର ଭଳି ଜିନିଷରେ ଭିଟାମିନ୍ K ପ୍ରଚୁର ପରିମାଣରେ ମିଳିଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରରେ ଭିଟାମିନ୍‌ K ର ଅଭାବ ଦୂର ହୋଇପାରିବ ।
ଅଣ୍ଡା ଏବଂ ମାଛ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସେହି ସବୁ ଜିନିଷ  ଶରୀରକୁ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଯୋଗାଥାଏ ।  ଏହି ସବୁ ଜିନିଷ ଖାଇବା ଦ୍ୱାରା ଶରୀରରେ ଭିଟାମିନ୍ K ର ଅଭାବକୁ ଦୂର ହୋଇପାରେ ।
ଆଭୋକାଡୋ ଏକ ଏଭଳି ଫଳ ଯାହାକୁ ଖାଇବା ଆମ ଶରୀର ପାଇଁ ବହୁତ ଉପଯୋଗୀ ।  ଏଥିରେ ଭିଟାମିନ୍ K ଭରପୂର ମାତ୍ରାରେ ରହିଥାଏ । ସେଥିପାଇଁ ଏହାକୁ ଆମେ ଖାଇବା ଦ୍ୱାରା ଆମ ଶରୀରରେ ଭିଟାମିନ୍‌ K ର ଅଭାବ ଦୂର ହୋଇଥାଏ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.