କଙ୍ଗନା ରାଣାଓ୍ଵତ୍‌ଙ୍କ ଫିଲ୍ମ ‘ଥଲାଇବି’ର ଟ୍ରେଲର ରିଲିଜ୍‌, ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଅପକମିଂ ଫିଲ୍ମ ‘ଥଲାଇବି’ର ଟ୍ରେଲର ରିଲିଜ୍‌ ହୋଇଛି। ଆଜି କଙ୍ଗନାଙ୍କ ଜନ୍ମଦିନ ଅବସରରେ ଏହାକୁ ରିଲିଜ୍‌ କରାଯାଇଛି। ଫିଲ୍ମର ଟ୍ରେଲରକୁ ନିଜେ କଙ୍ଗନା ହିଁ ରିଲିଜ୍‌ କରିଛନ୍ତି। ଗତ କାଲି ସେ ଫିଲ୍ମର କିଛି ଝଲକ୍‌ ସେୟାର କରିଥିଲେ। ଏଥିସହ କହିଥିଲେ ଏହି ଫିଲ୍ମ ପାଇଁ ସେ ୨୦ କିଲୋ ଓଜନ ବଢ଼ାଇଛନ୍ତି ଓ ମାତ୍ର କିଛି ମାସରେ ଓଜନ କମାଇବା ତାଙ୍କ ପାଇଁ କୌଣସି ଚ୍ୟାଲେଞ୍ଜ ଠାରୁ କମ୍‌ ନଥିଲା।

ଦେଖନ୍ତୁ ଭିଡିଓ:

Video Credit: zee studios

ନିକଟରେ କଙ୍ଗନା ସେୟାର କରିଥିବା ଫିଲ୍ମର ଝଲକ୍‌ରେ ସେ ବହୁତ ମୋଟୀ ଦିଶୁଥିଲେ। ସେ ୬୦ ଦଶକର ଆଉଟ୍‌ ଫିଟ୍‌ରେ ନଜର ଆସିଥିଲେ। ଏକ ଫଟୋରେ ସେ ଅବିକଳ ତାମିଲନାଡ଼ୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭଳି ଦିଶୁଥିଲେ। ଏହି ଫଟୋକୁ ପୋଷ୍ଟ କରି ସେ କ୍ୟାପସନ୍‌ରେ ଲେଖିଥିଲେ-‘ଥଲାଇବି’ର ଟ୍ରେଲର ରିଲିଜ୍‌ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ଏହି ଏପିକ୍‌ ବାୟୋପିକ୍‌ର ସୁଟିଂ ପାଇଁ ୨୦ କିଲୋ ଓଜନ ବଢ଼ାଇବା ଓ ପୁଣି ମାତ୍ର କିଛି ମାସରେ କମାଇବା କୌଣସି ଚ୍ୟାଲେଞ୍ଜ ଠାରୁ କମ୍‌ ନୁହେଁ। କିଛି ଘଣ୍ଟାର ଅପେକ୍ଷା ପରେ ଜୟା ସବୁଦିନ ପାଇଁ ଆପଣଙ୍କର।

ଏହା ପୂର୍ବରୁ କଙ୍ଗନା ‘ଥଲାଇବି’ର ଏକ ଭିଡିଓ ସେୟାର କରିଥିଲେ। ସେଥିରେ ସେ କ୍ୟାପସନ୍‌ରେ ଲେଖିଥିଲେ- ସ୍କ୍ରିନ୍‌ରେ ଜୟଲଳିତା ଓ ଏମ୍‌ଜିଆରଙ୍କ ମ୍ୟାଜିକାଲ ଯୋଡ଼ି ଥିଲା। ଥଲାଇବିରେ ଜାଣନ୍ତୁ କ’ଣ ଥିଲା ଏମାନଙ୍କ କାହାଣୀ’। ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୩ରେ ଥଲାଇବି ଫିଲ୍ମ ହଲ୍‌କୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.