ଭୋଳାନାଥଙ୍କ ଭକ୍ତିରେ ଲୀନ ହେଲେ କଙ୍ଗନା, ସେୟାର କଲେ ପୁରୁଣା ଫଟୋ

କଙ୍ଗନା ରଣାୱତ ଗତ କିଛି ଦିନ ହେଲା ବିବାଦକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡକୁ ନେଇ ନାନା ମନ୍ତବ୍ୟ ଦେଇ ଫସିଯାଇଛନ୍ତି କଙ୍ଗନା। କିନ୍ତୁ ଏତେ ଝଡଝଞ୍ଜା ସତ୍ତ୍ୱେ କଙ୍ଗନା ହସୁଥିବା ଓ ଖୁସିଥିବା ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି । ନିକଟରେ ସେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ନିଜ ବଗିଚାରେ ଫୁଲମାନଙ୍କ ମଧ୍ୟରେ ବସିଥିଲେ । ବର୍ତ୍ତମାନ ସେ ପୁଣି ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି ।
କଙ୍ଗନାଙ୍କ ଏହି ଫଟୋ ବେଶ କିଛି ଦିନ ପୁରୁଣା । ଫଟୋରେ ସେ କାଶୀ ବିଶ୍ୱନାଥ ମନ୍ଦିରରେ କଙ୍ଗନାଙ୍କ ସହିତ ବଲିଉଡ ଅଭନେତ୍ରୀ ଜୁହି ଚାୱଲା ମଧ୍ୟ ନଜର ଆସିଛନ୍ତି । ଉଭୟ ମହାଦେବଙ୍କ ଭକ୍ତିରେ ଲୀନ ହୋଇ ଶିବଙ୍କୁ ଆରାଧନା କରୁଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି କଙ୍ଗନା କହିଛନ୍ତି, ଏହି ଫଟୋ କିଛି ଦିନ ପୂର୍ବର, ଯେତେବେଳେ ସେ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ।
This picture is from my recent visit to Kashi Vishvanath. Har Har Mahadev 🙏 pic.twitter.com/7L8ul8Dsic
— Kangana Ranaut (@KanganaTeam) September 26, 2020
ଫଟୋ ସେୟାର କରି କଙ୍ଗନା କ୍ୟାପସନ ଦେଇଛନ୍ତି, ଫଟୋ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ସମୟର । ଫଟୋରେ କଙ୍ଗନା ଓ ଜୁହିଙ୍କ ସହ ସଦଗୁରୁ ମଧ୍ୟ ଅଛନ୍ତି । କଙ୍ଗନାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହୋଇଛି । କଙ୍ଗନାଙ୍କ ପ୍ରଶଂସକ ତାଙ୍କର ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି । ଫଟୋ ମାଧ୍ୟମରେ ସେ କିଭଳି ନିଜକ ଶାନ୍ତିରେ ରଖିଛନ୍ତି, ତାହା ପ୍ରଶଂସକଙ୍କୁ ଜଣାଇଛନ୍ତି।