Below header

ପତ୍ନୀଙ୍କୁ ଡରାଇବା ପାଇଁ ମିଛରେ କରିଥିଲେ ମରିବାର ଅଭିନୟ, ସତରେ ଚାଲିଗଲା କନ୍ନଡ ଷ୍ଟାର ସମ୍ପତଙ୍କ ଜୀବନ

ଡିପ୍ରେସନ ନୁହେଁ ବରଂ ପ୍ରାଙ୍କ୍‌ ଯୋଗୁଁ ହୋଇଛି କନ୍ନଡ ଷ୍ଟାର ସମ୍ପତ ଜେ ରାମଙ୍କ ମୃତ୍ୟୁ । ପତ୍ନୀଙ୍କୁ ଡରାଇବା ପାଇଁ ମିଛରେ ରଚିଥିଲେ ମରିବାର ନାଟକ । ଆଉ ହୋଇଗଲା ସତ । ଏକଥା ଭିଡିଓ କରି ସେୟାର କରିଛନ୍ତି ସମ୍ପତଙ୍କ ବନ୍ଧୁ ରାଜେଶ ଧ୍ରୁବ ।

ଗତ ୩ ଦିନ ତଳେ କନ୍ନଡ ଅଭିନେତା ସମ୍ପତ ଜେ ରାମଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସମ୍ପତଙ୍କ ମୃତଦେହ କର୍ଣ୍ଣାଟକର ନେଲମଙ୍ଗଲା ସ୍ଥିତ ବାସଭବନରେ ମିଳିଥିଲା । ସମ୍ପତ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ଅଭିନେତାଙ୍କ ଖାସ୍‌ ବନ୍ଧୁ ରାଜେଶ ଧ୍ରୁବ ବଡ ଖୁଲାସା କରିଛନ୍ତି । ରାଜେଶଙ୍କ କହିବାନୁଯାୟୀ, ଏକ ପ୍ରାଙ୍କ ଯୋଗୁଁ ସମ୍ପତଙ୍କ ଜୀବନ ଚାଲିଯାଇଛି ।

ରାଜେଶ କହିଛନ୍ତି ଯେ, ସମ୍ପତ ନିଜ ପତ୍ନୀଙ୍କୁ ଡରାଇବା ପାଇଁ ଆତ୍ମହତ୍ୟା କରିବାର ନାଟକ କରୁଥିଲେ। ହେଲେ ଭୁଲବଶତଃ ଏହା ସତ ହୋଇଯିବ ବୋଲି ସେ ଜାଣିନଥିଲେ। ନାଟକ କରିବା ସମୟରେ ସତରେ ତାଙ୍କର ମୃତ୍ୟୁ ହୋଇଥିଲା। ରାଜେଶ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ, ରାତିରେ ତାଙ୍କ ପତ୍ନୀଙ୍କ ସହ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ଏହା ପରେ, ସେ କେବଳ ନିଜ ପତ୍ନୀଙ୍କୁ ଭୟଭୀତ କରିବା ପାଇଁ ଆତ୍ମହତ୍ୟା କରିବାର ନାଟକ କରୁଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସମୟରେ ସତରେ ତାଙ୍କ ଜୀବନ ଚାଲିଗଲା।

 

View this post on Instagram

 

A post shared by Rajesh Dhruva (@onlyrajeshdhruva)

ତେବେ ରାଜେଶ ଆହୁରି ମଧ୍ୟ କହିଛନ୍ତି, ସୋସିଆଲ ମିଡିଆରେ ସମ୍ପତଙ୍କ ମୃତ୍ୟୁ ନେଇ ଅନେକ ପ୍ରକାର ଗୁଜବ ଶୁଣିବାକୁ ମିଳୁଛି । ଆଉ ଦୟାକରି ଏଭଳି ଗୁଜବକୁ ବ୍ୟାପିବାକୁ ଦିଅନ୍ତୁ ନାହିଁ । ସେହିପରି ପୋଲିସ ଏହାକୁ ନେଇ ତଦନ୍ତ କରୁଛି ।

ଖବର ମୁତାବକ, ଏପ୍ରିଲ୍ ୨୨ରେ କନ୍ନଡ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ସମ୍ପତ ଜେ ରାମ ଆତ୍ମହତ୍ୟା କରିଥିଲେ। କର୍ଣ୍ଣାଟକର ନେଲମଙ୍ଗଲାସ୍ଥିତ ତାଙ୍କ ଘରେ ସମ୍ପତ ଜେ ରାମଙ୍କର ମୃତ୍ୟୁ ହୋଇଥିଲା । ତେବେ କରୋନା ପରେ ତାଙ୍କୁ କାମ ମିଳୁନଥିବାରୁ ତାଙ୍କ କ୍ୟାରିୟର ଧିମେଇ ଯାଇଥିଲା । ଫଳରେ ସେ ଚାପଗ୍ରସ୍ତ ହୋଇ ଏପରି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଥିଲା ।

ସମ୍ପତ ଜେ ରାମ ରାଜେଶଙ୍କ ସହିତ ଟିଭି ସିରିଅର ଅଗ୍ନିସାକ୍ଷୀରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହାଛଡା ଶ୍ରୀ ବାଲାଜୀ ଫଟୋ ଷ୍ଟୁଡିଓ ସହିତ କାମ କରିସାରିଛନ୍ତି । ଅଭିନେତାଙ୍କ ପତ୍ନୀ ଏବେ ୫ମାସର ଗର୍ଭବତୀ ରହିଛନ୍ତି ବୋଲି ଖବର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.