କୋଣାର୍କ ମନ୍ଦିର ବୁଲିବାର ଫଟୋ ଇନ୍ଷ୍ଟଗ୍ରାମରେ ସେୟାର କଲେ କମେଡି କିଙ୍ଗ କପିଲ ଶର୍ମା

ଦେଶର ଜଣାଶୁଣା କମେଡିଆନ କପିଳ ଶର୍ମା ନିଜ ଲୋକପ୍ରିୟ କମେଡି ଶୋ’ ଜରିଆରେ ସାଧାରଣ ଲୋକଙ୍କର ଖୁବ ମନୋରଞ୍ଜନ କରନ୍ତି । ଖାଲି ଯେ ଭାରତରେ ନୁହେଁ ବିଶ୍ୱର ଅନ୍ୟ ସ୍ଥାନ ମାନଙ୍କରେ ବି କପିଳଙ୍କ ଶୋ’ ର ବିଶେଷ ଚାହିଦା ରହିଛି । ଏହି ଶୋ’ର ଜଣେ ପ୍ରମିନେଣ୍ଟ ଫେସ ହୋଇଥିବାରୁ ଅଧିକାଂଶ ସମୟରେ କପିଳ ସୁଟିଂରେ ବ୍ୟସ୍ତ ରୁହନ୍ତି । କିନ୍ତୁ ଏହି ସୁଟିଙ୍ଗରୁ କିଛି ସମୟ ବାହାର କରି ପରିବାର ସହିତ ସମୟ ବିତେଇବା ବି କପିଳଙ୍କର ଖୁବ ପସନ୍ଦ । ନୂଆ ନୂଆ ସ୍ଥାନ ମାନଙ୍କୁ ବୁଲି ପରିବାର ସହିତ ସମୟ କା ଟିବାରେ ବି କପିଳଙ୍କର ବିଶେଷ ସଉକ ରହିଛି । ଏଇ ନିକଟରେ ନିଜ ଆଗାମୀ ଫିଲ୍ମର ସୁଟିଙ୍ଗ କାମରେ କପିଳ ଓଡିଶା ଆସିଥିଲେ । ଆଉ ଏହି ସମୟରେ କମେଡି କିଙ୍ଗ ଓଡ଼ିଶାର କିଛି ହିଷ୍ଟୋରିକାଲ ମନ୍ୟୁମେଂଟସ ସମେତ କିଛି ପପୁଲାର ମନ୍ଦିର ସବୁ ମଧ୍ୟ ବୁଲି ଦେଖିଥିଲେ ।

କିଛି ଦିନ ତଳେ କପିଳ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ସୁନ୍ଦର ଫଟୋ ସେୟାର କରିଥିବା ଦେଖାଦେଇଛି । ଏହି ଫଟୋରେ କପିଳ ରାଜ୍ୟର ପୁରୀ ଜିଲ୍ଲାରେ ଅବସ୍ଥିତ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଥିବା ନଜର ଆସିଛନ୍ତି । ଫଟୋରେ କପିଳ ଏକ ନୀଳ ରଙ୍ଗର ଜିନ୍ସ ସହିତ ଏକ ରେଡ କଲରର ଟି ସାର୍ଟ ପିନ୍ଦିଥିବା ଦେଖାଦେଇଛି । ଏଥିରେ କପିଳଙ୍କ ଲୁକ ବି ଖୁବ ଡ଼ିସେଣ୍ଟ ଲାଗୁଛି । ଆକ୍ଟରଙ୍କ ଚେହେରାରେ ଯେମିତି ଗୋଟେ ପ୍ରକାର ଶାନ୍ତି ନଜର ଆସୁଛି | ଖବରରୁ ଜଣାଯାଇଛି ଯେବେ ଯେବେ କପିଳ ଓଡିଶା ଆସନ୍ତି ନିଶ୍ଚିତ ରୂପେ ନୂଆ ନୂଆ ସ୍ଥାନ ମାନଙ୍କୁ ବୁଲି ଦେଖନ୍ତି । କିଛି ଦିନ ତଳେ ସେ ପୁରୀ ସ୍ଥିତ ଜଗନ୍ନାଥ ମନ୍ଦିର ବି ବୁଲି ଯାଇଥିଲେ । ଫଟୋଟିକୁ ସେୟାର କରି ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି -#Konark #suntemple ବୁଲିବା ମୋ ପାଇଁ ଏକ ଅତ୍ୟନ୍ତ ସୁଖଦ ଅନୁଭବ ଥିଲା । ଏହା ଖୁବ ସୁନ୍ଦର #ଭୁବନେଶ୍ବର #ଓଡିଶା ତାଙ୍କର ଏହି ପୋଷ୍ଟରେ ଅନେକ ଫ୍ୟାନ୍ସ ତଥା ସେଲିବ୍ରିଟି ମାନେ ବି ରିଆକ୍ସନ ଦେଉଥିବା ନଜର ଆସୁଛି ।

ଫ୍ୟାନ୍ସ ମାନେ ହାର୍ଟ ଇମୋଜୀ ବି ସେୟାର କରୁଛନ୍ତି | କପିଳ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପହଂଚିଥିଲେ । ଏଥିରେ କପିଳଙ୍କ ଡ଼ାଇରେକ୍ଟର ନନ୍ଦିତା ଦାଶ ଥିଲେ । କହିରଖୁଛୁକି ଖୁବ ଶୀଘ୍ର କପିଳ ଏକ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଯାହାର ନିର୍ଦ୍ଦେଶନା ନନ୍ଦିତା ଦାଶ ଦେଇଛନ୍ତି । ଯେଉଁଥିରେ କପିଳ ଏକ ଡେଲିଭରି ବୟର ରୋଲ ପ୍ଲେ କରୁଛନ୍ତି । ଫିଲ୍ମର ସୁଟିଂ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହା ପୂର୍ବରୁ କପିଳ, ଇଟସ ମାଏ ଲାଇଫ, ଫିରଙ୍ଗି ଓ କିସ କିସ କୋ ପ୍ୟାର କରୁଁ ପରି ସିନେମାରେ ମଧ୍ୟ କାମ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.