ଓମିକ୍ରନକୁ ନେଇ ନୂଆ ଖୁଲାସା! ପଜିଟିଭ ରୋଗୀ ଡେଲ୍‌ଟା ଭଳି ୭ ଦିନ ପରେ ମଧ୍ୟ ଅନ୍ୟକୁ କରି ପାରିବେ ସଂକ୍ରମିତ

ଦୁନିଆର ଅନେକ ଦେଶରେ ଓମିକ୍ରନର ସବ୍‌ ଭାରିଆଣ୍ଟ BA.2 ଦ୍ରୁତ ଗତିରେ ମାଡ଼ି ଚାଲିଛି। ୟୁରୋପ, ଚୀନ, ହଂକଂ ଓ ଦକ୍ଷିଣ କୋରିଆରେ ସ୍ଥିତି ଗମ୍ଭୀର ରହିଛି। ଏହାରି ଭିତରେ ଓମିକ୍ରନ ଭାରିଆଣ୍ଟର ସଂକ୍ରମଣ କ୍ଷମତାକୁ ନେଇ ଏକ ନୂଆ ଖୁଲାସା ହୋଇଛି। ଗବେଷଣାରେ ଦାବି କରାଯାଇଛି କି, ଓମିକ୍ରନ ସଂକ୍ରମିତ ରୋଗୀ ବି ଅନେକ ଦିନ ପର୍ଯ୍ୟନ୍ତ ଅନ୍ୟଠାରେ ସଂକ୍ରମଣ ବିସ୍ତାର କରି ପାରିବେ। ଏ ପର୍ଯ୍ୟନ୍ତ ଦାବି କରାଯାଉଥିଲା ଯେ ଓମିକ୍ରନରେ ପୂର୍ବ ଭାରିଆଣ୍ଟ ତୁଳନାରେ ସଂକ୍ରମଣ ବିସ୍ତାରର ଅବଧି କମ୍‌ ରହିଥାଏ। କରୋନାର ଡେଲ୍‌ଟା ଭାରିଆଣ୍ଟ କେସ୍‌ରେ ୪ରୁ ୭ ଦିନ ପର୍ଯ୍ୟନ୍ତ ସଂକ୍ରମଣ ବିସ୍ତାର କଥା କୁହାଯାଉଥିଲା। ଯଦି ଓମିକ୍ରନ ଭାରିଆଣ୍ଟରେ ବି ଏମିତି ହୁଏ, ତ ଏହା ଏକ ଚିନ୍ତାଜନକ ବିଷୟ ହୋଇପାରେ।

ସେପଟେ ଭାରିଆଣ୍ଟକୁ କମ୍‌ ଗମ୍ଭୀର ଭାବି କିଛି ଦେଶ ଆଇସୋଲେଶନ ପରିୟଡ୍‌ କମ୍‌ କରିବାରେ ଲାଗିଛନ୍ତି, କିନ୍ତୁ ଏପଟେ ଅଧ୍ୟୟନର କହିବା ହେଲା, ଲକ୍ଷଣ ଦେଖାଯିବାର ୨ ଦିନ ପୂର୍ବରୁ ଏବଂ ୭ ଦିନ ପରେ ବି ଓମିକ୍ରନ ଅନ୍ୟଠାରେ ବ୍ୟାପିପାରେ। ଏକ ରିପୋର୍ଟରେ ୭ ଦିନ ପର୍ଯ୍ୟନ୍ତ ଏହି ବିପଦ ଲାଗି ରହିବା କଥା କୁହାଯାଇଛି। ଯଦି କ୍ୱାରେଣ୍ଟାଇନର ଅବଧି କମ୍‌ କରାଯାଏ, ତ ନୂଆ ଭାରିଆଣ୍ଟ ପବନରେ ବିସ୍ତାର ହୋଇପାରେ। ତେବେ ଅକ୍ସଫୋର୍ଡ ୟୁନିଭର୍ସିଟି ଅଧ୍ୟୟନରେ ପାଖାପାଖି ସବୁ ସଂକ୍ରମଣକୁ ନେଇ ୧୦ ଦିନର ପରିୟଡ୍‌କୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି।

ବାସ୍ତବରେ, ଓମିକ୍ରନର ସବ୍‌ ଭାରିଆଣ୍ଟ BA.1ତୁଳନାରେ BA.2 ଅଧିକ ଆଡ୍‌ଭାନ୍ସ। ଏହି କାରଣରୁ ଆର୍‌ଟି-ପିସିଆର୍‌ରେ ମଧ୍ୟ ଏହାକୁ ଟ୍ରାକ୍‌ କରି ପାରିବା ମୁସ୍କିଲ ହୋଇଥାଏ। ଏମିତିରେ ଯଦି ଆଇସୋଲେଶନ ପରିୟଡ୍‌ ବିଭିନ୍ନ ଦେଶରେ ହ୍ରାସ ପାଏ, ତ ମହାମାରୀ ପୁଣିଥରେ ବିକଟାଳ ରୂପ ଧାରଣ କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.