ନିଜକୁ ଗରିବ କହୁଥିବା କମେଡି କିଙ୍ଗ କପିଲ ବର୍ଷକୁ ଦିଅନ୍ତି କୋଟି କୋଟି ଟଙ୍କାର ଟ୍ଯାକ୍ସ, ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ଯ

କମେଡି କିଙ୍ଗ ଭାବେ କପିଲ ଶର୍ମା ନିଜ ପରିଶ୍ରମ ବଳରେ ଏବେ ଘରେ ଘରେ ପରିଚୟ ସ୍ଷ୍ଟି କରିପାରିଛନ୍ତି। କମେଡି କରିବା ସହିତ କପିଲ ଜଣେ ଆଙ୍କର, ହୋଷ୍ଟ, ସିଙ୍ଗର ମଧ୍ୟ। କେବଳ ଏତିକି ନୁହେଁ ଫୋବର୍ସ ସେଲିବ୍ରିଟି ଲିଷ୍ଟରେ କପିଲ ୧୦୦ ଜଣଙ୍କ ମଧ୍ୟରେ ରହିଛନ୍ତି। ଲୋକଙ୍କୁ ହସାଇବାର କଳା ରଖୁଥିବା କପିଲଙ୍କ ପାଖରେ ଫିଲ୍ମ ବି ରହିଛି ଆଉ ବିଜ୍ଞାପନ ମଧ୍ୟ। ସବୁଥିରେ ପାରଙ୍ଗମ ଥିବା କପିଲ ମଧ୍ୟ ଟ୍ଯାକ୍ସ ଦେବା ମାମଲାରେ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି।
କପିଲ ଶୋ ‘ ଦ କମେଡି ନାଇଟସ୍ ୱିଥ କପିଲ ’ ଦର୍ଶକଙ୍କୁ ହସାଉଥିଲେ । ଏବେ ‘ ଦ କପିଲ ଶର୍ମା ଶୋ’ ଜରିଆରେ ଲୋକଙ୍କୁ ମନୋରଂଜନ କରୁଛନ୍ତି। ଏହି ଶୋ’ ରେ ଅତିଥି ଭାବେ ପୂର୍ବ ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ଯା ରାୟ ବଚ୍ଚନ ଆସିଥିଲେ। ଏହି ସମୟରେ କଥା କଥାରେ କପିଲ କହିଥିଲେ ଯେ, ସେ ବର୍ଷକୁ ୧୫ କୋଟି ଟଙ୍କାର ଟ୍ଯାକ୍ସ ଦେଉଛନ୍ତି।
ସୂଚନାଯୋଗ୍ଯ, ଐଶ୍ବର୍ଯ୍ଯାଙ୍କ ସହିତ ମସ୍ତି ମଜାକ କରି କହିଥିଲେ କପିଲ ଗରିବ ସାଧାରଣ ଲୋକ। ତେବେ କିଭଳି ସେ ୧୫ କୋଟି ଟଙ୍କା ବାର୍ଷିକ ଟ୍ଯାକ୍ସ ଦିଅନ୍ତି ? ଏହି କଥାରେ ସିଦ୍ଧୁ କହିଥିଲେ, କପିଲ ବର୍ଷକୁ ୧୨ କୋଟି ଟଙ୍କା ଦିଅନ୍ତି, ତେବେ ସେ କେମିତି ଗରିବେ ହେଲେ। କିନ୍ତୁ କପିଲ ୧୨ କୋଟି ନୁହେଁ ୧୫ କୋଟି ଟଙ୍କା ବାର୍ଷିକ ଦିଅନ୍ତି ବୋଲି କହିଥିଲେ। କପିଲ କେବଳ ଲୋକଙ୍କୁ ହସାନ୍ତି ନାହିଁ, ଦେଶର ଉନ୍ନତିରେ ମଧ୍ୟ ଯୋଗଦାନ କରନ୍ତି।