ସାରା ଦୁନିଆରେ ଏବେ ଚର୍ଚ୍ଚାରେ ଏହି ମହିଳା, ଯିଏ ପ୍ରଥମେ କରୋନା ଭାଇରସକୁ କରିଥିଲେ ଠାବ

ବିଶ୍ୱର କୋଣ ଅନୁକୋଣରେ କରୋନା ଭାଇରସକୁ ନେଇ ଚିନ୍ତା ବଢ଼ି ବଢ଼ି ଚାଲିଛି । ପ୍ରଥମ ପର୍ଯ୍ୟାୟ ପରେ ବ୍ରିଟେନରୁ ଆସିଥିବା ନୂଆ ସ୍ଟ୍ରେନ୍ ବ୍ରିଟେନ ବାଦ ବିଶ୍ୱର ଅନ୍ୟ ଦେଶମାନଙ୍କୁ ନିଜ ଅକ୍ତିଆରକୁ ନେଇଗଲାଣି । ୨୦୨୦ ମସିହାରେ କୋଟି କୋଟି ଲୋକଙ୍କ ଜୀବନ ନେଇ ସାରିଛି ଏହି ଭାଇରସ । ଚୀନ୍‌ରୁ ଏହି ମାରାତ୍ମକ ଭାଇରସର ସୃଷ୍ଟି ବୋଲି ସମସ୍ତେ ଜାଣନ୍ତି କିନ୍ତୁ ଏହାର ଆବିଷ୍କାର ପ୍ରକୃତରେ କିଏ କରିଥିଲେ ସେନେଇ ହୁଏତ ଅନେକେ ଜାଣିନଥିବେ । ତେବେ ଆସନ୍ତୁ କରୋନାର ଆବିଷ୍କାର କରିଥିବା ମହିଳା ଜଣଙ୍କ ବିଷୟରେ ଆଜି ଜାଣି ରଖିବା ।

woman discover

ଜୁନ ଅଲମେଡା ନାମକ ଏହି ମହିଳା ଜଣଙ୍କ ଜନ୍ମ ୧୯୩୦ ମସିହାରେ ସ୍କଟଲ୍ୟାଣ୍ଡର ଗ୍ଲାସଗୋ ସହରର ଏକ ସାଧାରଣ ବସ୍ତିରେ ହୋଇଥିଲା । ଜୁନଙ୍କ ବାପା ପେସାରେ ଜଣେ ବସ ଡ୍ରାଇଭର ଥିଲେ । ୧୬ ବର୍ଷ ବୟସରେ ସ୍କୁଲ ଛାଡି ଦେଇଥିଲେ ଜୁନ । ସ୍କଟଲ୍ୟାଣ୍ଡର ଗ୍ଲାସଗୋ ସହରର ଏକ ଲ୍ୟାବରେ ଜଣେ ଟେକନିସିଆନ ଭାବରେ କିଛି ଦିନ ଚାକିରୀ କରିଥିଲେ । କିଛି ଦିନ ପରେ ଲଣ୍ଡନ ଚାଲି ଆସିଥିଲେ । ଏଠି ୧୯୫୪ ରେ ଭେନେଜୁଏଲାର ଜଣେ କଳାକାର ଏନରିକେ ଅଲମେଡାଙ୍କୁ ବିବାହ କରିଥିଲେ । ଏହା ପରେ ସେହି ବର୍ଷ ଜୁନ ଅଲମେଡାଙ୍କୁ ଇଲେକ୍ଟ୍ରୋନ ମାଇକ୍ରୋସ୍କୋପିରେ ଜଣେ ଟେକନିସିଆନ ଭାବରେ ଦାୟିତ୍ୱ ମିଳିଥିବା ବେଳେ ଏଠି ସେ ୧୦ ବର୍ଷ ଧରି କାମ କରିଥିଲେ । ଆଉ ଏହି ସମୟରେ କ୍ୟାନ୍ସର ରୋଗୀଙ୍କ ରକ୍ତରେ ଏକ ପ୍ରକାର ଭାଇରସ ଠାବ କରିଥିଲେ ।

ଯାହା ପରେ ସେସମୟର ପ୍ରସିଦ୍ଧ ବୈଜ୍ଞାନିକ ଡ. ଡେଭିଡ ଟାୟରଲଙ୍କ ସହଯୋଗୀ ଭାବେ  ଜୁନ ଏକ ସ୍ୱତନ୍ତ୍ର ଗବେଷଣା ଜାରି ରଖିଥିଲେ । ଆଉ ସେହି ସମୟରେ ଡେଭିଡ ସାଧାରଣ ଜର ଥଣ୍ଡା ଉପରେ ଗବେଷଣା କରୁଥାନ୍ତି । ଆଉ ଏହି ସମୟରେ ନାକରୁ ବାହାରୁଥିବା ତରଳ ପଦାର୍ଥରୁ ଇନଫ୍ଲୁଏଞ୍ଜା ପରି ଏକ ଭାଇରସ ଠାବ କରିଥିଲେ ସହଯୋଗୀ ଜୁନ । ଯାହାକୁ ଏବେ କରୋନା ଭାଇରସ କୁହାଯାଉଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.