ମଧୁର ଭଣ୍ଡାରକରଙ୍କୁ ଶେଷରେ କ୍ଷମା ମାଗିଲେ କରଣ ଜୋହର, ତାଙ୍କ ନାଁରେ ଟାଇଟଲ୍‌ ଚରୋଇବା ଅଭିଯୋଗ ଥିଲା

ନିକଟରେ ମଧୁର ଭଣ୍ଡାରକର କରଣ ଜୋହରଙ୍କ ଉପରେ ନିଜ ଫିଲ୍ମ ଟାଇଟଲ ଚୋରାଇଥିବାର ଆରୋପ ଲଗାଇଥିଲେ । ମଧୁର ଭଣ୍ଡାରକର ଟ୍ୱିଟ୍ କରି କରଣଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ- ‘କରଣ ଜୋହର ଏବଂ ଅପୂର୍ବା ମେହେତା ନିଜ ସିରିଜର ନାମ ବଲିଉଡ ୱାଇଫ୍ସ ରଖି ପାରିବେ କି ବୋଲି ମୋତେ ପଚାରି ଥିଲେ କିନ୍ତୁ ମୁଁ ସେମାନଙ୍କୁ ମନା କରିଥିଲି । କାରଣ ମୋର ଗୋଟିଏ ପ୍ରୋଜେକ୍ଟ ଏହି ନାମରେ ରିଲିଜ୍ ହେବାକୁ ଯାଉଥିଲା।

ବର୍ତ୍ତମାନ କରଣ ଜୋହର ମଧୁର ଭଣ୍ଡାରକରଙ୍କ ଟାଇଟଲକୁ ବ୍ୟବହାର କରିଥିବା ଅଭିଯୋଗର ଜବାବ ଦେଇଛନ୍ତି । କରଣ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲମ୍ବା ନୋଟ୍ ପୋଷ୍ଟ କରିଛନ୍ତି । ଏଥିରେ ସେ ମଧୁରଙ୍କୁ କ୍ଷମା ମାଗିବା ସହ ତାଙ୍କ ସୋ ସମ୍ପୂର୍ଣ୍ଣ ଭିନ୍ନ ହେବ ବୋଲି ମଧ୍ୟ କହିଛନ୍ତି । ଏହାସହିତ ସେ ମଧୁର ଭଣ୍ଡାରକରଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି ।

ଏହା ବ୍ୟତୀତ କରଣ ଜୋହର ମଧ୍ୟ ମଧୁର ଭଣ୍ଡାରକରଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ କରଣଙ୍କ ପାଇଁ ତାଙ୍କର ଆଗାମୀ ପ୍ରୋଜେକ୍ଟରେ କୌଣସି କ୍ଷତି ହେବ ନାହିଁ। କରଣ କହିଛନ୍ତି ଯେ ସେ କେବଳ ‘ଫାବୁଲସ୍ ଲାଇଭସ୍’ ହ୍ୟାସଟ୍ୟାଗ୍ ସହିତ ସୋସିଆଲ୍ ମିଡିଆରେ ନିଜର ଫ୍ରାଞ୍ଚାଇଜ୍କୁ ପ୍ରମୋଟ କରୁଛନ୍ତି । ସେ ଆହୁରି କହିଛନ୍ତି ଯେ ଯେ ତାଙ୍କ ଶୋ’ର ଫର୍ମାଟ୍, ନେଚର ଏବଂ ଅଡିଏନ୍ସ ମାଧୁରଙ୍କ ପ୍ରୋଜେକ୍ଟଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ସେ ତାଙ୍କ ପ୍ରୋଜେକ୍ଟକୁ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.