‘ଚାର୍ଟର ଫ୍ଲାଇଟରେ ଯାଇଥିଲୁ, କ’ଣ ପାପ କଲୁ? ଏଥିରେ କିଛି ଅସୁବିଧା କି ଭୁଲ୍‌ ନାହିଁ’: ପ୍ରଦୀପ ପାଣିଗ୍ରାହୀ

କେନ୍ୟୁଜ୍(ବ୍ୟୁରୋ):  ଟାଟା ମୋଟର୍ସ MD କଥା କହିଲେ ପ୍ରଦୀପ ପାଣିଗ୍ରାହୀ । ଚାର୍ଟର ଫ୍ଲାଇଟ ବ୍ୟବହାର ନେଇ ରଖିଲେ ପ୍ରତିକ୍ରିୟା । MD ଟାଟା ମୋଟର୍ସ ହିସାବରେ ଆସିଥିଲେ । ଆମକୁ ସୋସିଆଲ ଫଙ୍କସନ୍‌ ପାଇଁ ଡାକିଥିଲେ । ‘ଚାର୍ଟର ଫ୍ଲାଇଟରେ ଯାଇଥିଲୁ, କ’ଣ ପାପ କଲୁ’ । କିନ୍ତୁ ଟାଟା ମୋଟର୍ସ କହୁଛି ଆକାଶ ପାଠକ TMLର କୌଣସି ପଦବୀରେ ନାହାନ୍ତି । ତେଣୁ ଜାଲ୍‌ MD କଥାକୁ ସ୍ୱୀକାର କଲେ କି ପ୍ରଦୀପ ?

ଲକଡାଉନ ସମୟରେ ଚାର୍ଟର ଫ୍ଲାଇଟରେ ଯିବା କଥା ମାନିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ‘ଏଥିରେ କିଛି ଅସୁବିଧା କି ଭୁଲ୍‌ ନାହିଁ’। ‘DGCA ଓ AAI ଅନୁମତିକ୍ରମେ ଯାଇଥିଲୁ’ । ପୂର୍ବରୁ ଚାର୍ଟର ଫ୍ଲାଇଟ ଓ ତାଜ୍‌ ହୋଟେଲରେ ରହିଥିବା କଥା ସାମ୍ନାକୁ ଆସିଥିଲା । ଗୋଟିଏ ଦିନର ତାଜ୍‌ ହୋଟେଲ ଭଡ଼ା ୨ ଲକ୍ଷ ଟଙ୍କା । IFS ଅଭୟ ଓ ତାଙ୍କ ପୁଅ ଆକାଶଙ୍କ ସହ ଏକାଧିକ ଥର ଚାର୍ଟର ଫ୍ଲାଇଟରେ ପ୍ରଦୀପ ପାଣିଗ୍ରାହୀ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.