ଡିଜିଟାଲ ଡେବ୍ୟୁ କରିବାକୁ ପ୍ରସ୍ତୁତ କରୀନା, ଏହି ଅଭିନେତାଙ୍କ ସହିତ କରିବେ କାମ

ବଲିଉଡରେ ଧମାଲ କରିବା ପରେ କରୀନା କପୁର ବର୍ତ୍ତମାନ ଡିଜିଟାଲ ପ୍ଲାଟଫର୍ମରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ରହିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସେ ତାଙ୍କ ଓଟିଟି ଡେବ୍ୟୁ ବିଷୟରେ ସେ ଜଣାଇଛନ୍ତି। ଏହି ପ୍ରୋଜେକ୍ଟରେ କରୀନା ପାତାଳ ଲୋକ ଫେମ୍ ଜୟଦୀପ ଅହଲୱାତଙ୍କ ସହ କାମ କରିବେ। ସେ ତାଙ୍କର ନୂତନ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି, ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଭିଡିଓରେ କରୀନା ସ୍କ୍ରିପ୍ଟ ପଢୁଥିବାର ନଜର ଆସିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ଏହାର ଆରମ୍ଭ ହୋଇଛି। କରୀନା ଫିଲ୍ମର ଟିମ୍ ସହିତ ଏକ ଫଟୋ ସେୟାର କରିଛନ୍ତି। ତାଙ୍କର ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ। କରୀନା ଏବଂ ଜୟଦୀପଙ୍କ ସହ ବିଜୟ ବର୍ମା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ସୁଜୟ ଘୋଷ ଏହାର ନିର୍ଦ୍ଦେଶନା ଦେଉଛନ୍ତି।

କରୀନାଙ୍କ ଏହି ପୋଷ୍ଟରେ ଫ୍ୟାନ୍ସ ଅନେକ କମେଣ୍ଟ ଦେଇଛନ୍ତି। କରୀନାଙ୍କ ଫ୍ୟାନ୍ସ ଫିଲ୍ମକୁ ବହୁତ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ଜଣେ ଫ୍ୟାନ୍ସ ଲେଖିଛନ୍ତି, ଅପେକ୍ଷା କରିହେଉନି କୁଇନ। ଏହାଛଡା କରୀନା ଆମିରଙ୍କ ଫିଲ୍ମ ଲାଲ ସିଂ ଚଢାରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ଆସନ୍ତା ୧୧ ଅଗଷ୍ଟରେ ରିଲିଜ ହେବ। ଗର୍ଭବତୀ ଥିବା ସମୟରେ କରୀନା ଏହି ଫିଲ୍ମର ସୁଟିଂ ସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.