ପରିବାର ଲୋକଙ୍କ ସହ ନିଜର ୨୯ତମ ଜନ୍ମଦିନ ସେଲିବ୍ରେଟ୍‌ କଲେ କାର୍ତ୍ତିକ ଆର୍ୟନ

କାର୍ତ୍ତିକ ଆର୍ୟନ ଏହି କିଛି ଦିନ ହେବ ଫିଲ୍ମ ସୁଟିଂକୁ ନେଇ ଖବୁ ବ୍ୟସ୍ତ ରହିବା ସହ ନିଜ ପରିବାର ସହ ଜନ୍ମଦିନ ସେଲିବ୍ରେଟ କରିଛନ୍ତି। ଆଜି କାର୍ତ୍ତିକ କେକ୍‌ କାଟି ନିଜର ୨୯ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନକୁ ସେଲିବ୍ରେଟ କରିବା ପାଇଁ କାର୍ତ୍ତିକଙ୍କ ପରିବାର ଘରକୁ ମହମବତୀ, ବେଲୁନ ସହ କାର୍ତ୍ତିକଙ୍କର ଛୋଟ ବେଳର ଫଟୋ ଲଗାଇ ଖୁବ୍‌ ସୁନ୍ଦର ଭାବେ ସଜାଇଥିଲେ। ଏହି ମଧ୍ୟରାତ୍ରୀର ବର୍ଥଡେ ସେଲିବ୍ରେଟର ଫଟୋ ମଧ୍ୟ କାର୍ତ୍ତିକ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

Kartik-Aaryanକାର୍ତ୍ତିକ ଆର୍ୟନ ଗତ ୨୦୧୧ରେ ପ୍ୟାର କା ପଂଚନାମା ସହ ନିଜର ବଲିଉଡ ଡେବ୍ୟୁ କରିଥିଲେ। ଦୁଇଟି ଫିଲ୍ମ କରିବା ପରେ ଆକାଶ ବାଣୀ ଏବଂ କାଞ୍ଚି: ଦ ଅନବ୍ରିକେବଲ ଯେଉଁଥିରେ କାହାର ଧ୍ୟାନ ହଟିନଥିଲା। ଅଭିନେତା କାର୍ତ୍ତିକ ୨୦୧୫ରେ ନିଜର ପ୍ରଥମ ଫିଲ୍ମର ସିକ୍ୱଲରେ ପୁଣି ଥରେ ଦେଖାଯାଇଥିଲେ। ସୋନୁ କେ ଟୀଟୁ କି ସ୍ୱିଟୀ, ଯାହା ୨୦୧୮ରେ ସ୍କ୍ରିନ୍‌ ରେ ହିଟ୍‌ ହୋଇଥିଲା। ଆଗମୀ ଫିଲ୍ମରେ କାର୍ତ୍ତିକ ପଟନୀ ଏବଂ ଅନନ୍ୟା ପାର୍ଡେ ଏବଂ ଭୂମି ପେଡନେକରଙ୍କ ସହ ନଜର ଆସିବେ, ଯାହା ଡିସେମ୍ବର ୬ରେ ସ୍କ୍ରିନ୍‌ରେ ହିଟ୍‌ ହେବ।

ଏହାସହ ପଢନ୍ତୁ: ତାନାଜୀ ଫିଲ୍ମକୁ ନେଇ ଉଠିଲା ପ୍ରଶ୍ନ, ରିଲିଜ୍‌ ପରେ ଏହି ନେତା ଦେଲେ ଧମକ୍‌

kartik-କାର୍ତ୍ତିକ ସାରା ଅଲ୍ଲୀ ଖାନଙ୍କ ସହ ଇମ୍‌ତିୟାଜ୍‌ ଅଲ୍ଲୀଙ୍କ ଆଗାମୀ ଫିଲ୍ମର ସୁଟିଂ ଶେଷ କରିସାରିଛନ୍ତି। ବର୍ତ୍ତମାନ କିନ୍ତୁ କାର୍ତ୍ତିକ ଫିଲ୍ମ ‘ଦୋସ୍ତାନା’ର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଏହି ସବୁ ଫିଲ୍ମ ବ୍ୟତୀତ କାର୍ତ୍ତିକ ଅକ୍ଷୟ କୁମାରଙ୍କ ଭୁଲ୍‌ ଭୁଲେୟାରେ ହେବାକୁ ଥିବା ପରବର୍ତ୍ତୀ ପାର୍ଟରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.