ଭୁବନେଶ୍ୱର: ସାଲିଆ ସାହି ଉଚ୍ଛେଦ ପ୍ରତିବାଦରେ ବିଶାଳ ରାଲି, ଲୋୟର ପିଏମ୍‌ଜିରେ ହଜାର ହଜାର ବସ୍ତି ବାସିନ୍ଦା

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହି ଉଚ୍ଛେଦ ପ୍ରତିବାଦରେ ବିଶାଳ ରାଲି । ୫ ହଜାରରୁ ଅଧିକ ଲୋକ ରାଲିରେ ସାଲିଆ ସାହିରୁ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଛନ୍ତି । ୨୦ରୁ ୩୦ ଫୁଟ ଜାଗାରେ ସ୍ଥାୟୀ ଥଇଥାନ କରିବା ପାଇଁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗକୁ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି । ଲୋୟର ପିଏମ୍‌ଜିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.