କରୋନା ବିରୋଧରେ ଲଢ଼େଇ ପାଇଁ ସାହାଯ୍ୟର ହାତ ବଢ଼ାଇଲେ କ୍ୟାଟ୍ରିନା, ପିଏମ କେୟର୍ସ ଫଣ୍ଡରେ କଲେ ଦାନ

ବର୍ତ୍ତମାନ ପୁରା ଦେଶ କରୋନା ଭାଇରସ ସହ ଲଢେ଼ଇ କରୁଛି। ଏହି ଭାଇରସରେ ବର୍ତ୍ତମାନ ୧୨୫୧ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୩୨ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏହିକାରଣରୁ ବିଶ୍ୱରେ ୨୧ ଦିନ ଲକଡାଉନ ଘୋଷଣା ହେବା ପରେ ଅର୍ଥବ୍ୟବସ୍ଥାରେ ବଡ କ୍ଷତି ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପିଏମ କେୟର୍ସ ଫଣ୍ଡରେ ଦାନ ଦେବା ପାଇଁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ଏହି ନିବେଦନ ପରେ ବଲିଉଡର ଷ୍ଟାର୍ସମାନେ ସହଯୋଗର ହାତବଢ଼ାଇଛନ୍ତି।

akhya

ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାର ୨୫କୋଟି ଟଙ୍କା ଦାନ କରିବା ପରେ ସଲମାନ ଖାନ ୨୫ ହଜାର ମଜୁରିଆଙ୍କ ଖର୍ଚ୍ଚ ଉଠାଇଛନ୍ତି। ଦିନକୁ ଦିନ ଏହି ଦାନ ଦେବା ଲୋକଙ୍କ ଲିଷ୍ଟ ବଢ଼ିବାରେ ଲାଗିଛି। ଏବେ ଏହି ଦାନ ଦେବା ଘଟଣାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ନାଁ ମଧ୍ୟ ଯୋଡି ହୋଇଛି। କ୍ୟାଟ୍ରିନା ପିଏମ କେୟର୍ସ ଫଣ୍ଡ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଫଣ୍ଡରେ ଦାନ କରିଛନ୍ତି।

ଏହିକଥା ନିଜେ କ୍ୟାଟ୍ରିନା ସୋସିଆଲ ମିଡିଆରେ ଜଣାଇଛନ୍ତି। ନିଜେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ” ମୁଁ ପିଏମ କେୟର୍ସ ଫଣ୍ଡ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଫଣ୍ଡରେ ଦାନ ଦେଉଛି। ଏହି ମହାମାରୀ ପାଇଁ ବିଶ୍ୱରେ କଷ୍ଟ ଏବଂ ଯନ୍ତ୍ରଣା ସୃଷ୍ଟି ହୋଇଛି, ଯାହାକୁ ଦେଖି ଦୁଃଖ ହେଉଛି।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.